Breaking PLUSଦେଶ ବିଦେଶ

ପୂର୍ବ ଲେହ ଅଞ୍ଚଳରେ ୫.୧ ରିକ୍ଟର ସ୍କେଲରେ ଭୂକମ୍ପ ଅନୁଭୂତ

ଭୂକମ୍ପରେ ଥରିଲା ପୂର୍ବ ଲେହ ଅଞ୍ଚଳ

ମଙ୍ଗଳବାର ଦିନ ସକାଳ ୫.୧୩ ସମୟରେ ଲେହରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୫.୧ ଥିବା ଜଣାପିଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ପ୍ରାୟ ୫.୧୩ ମିନିଟରେ ଲେହରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳୀ ଲେହ ଠାରୁ ୧୭୪ କିମି ଦୂରରେ ଥିବା ଜଣାପଡିଛି । ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ମଧ୍ୟ ଲେହରେ ଅନେକ ଥର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇସାରିଛି ।

Show More

Related Articles

Back to top button