ଦେଶ ବିଦେଶମୁଖ୍ୟ ଖବର

ଋଷ୍ ରେ ପୁଣି ବଢିବାକୁ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା

ଆଜିର ସମୟରେ ନିଜର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ବାହାର କରି ଚର୍ଚ୍ଚାରେ ଥିବା ଦେଶରେ ପୁଣି ଥରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ଘୋଷା କରାଯାଇଛି ।

ଋଷ୍ରେ ଲଗାତର ଭାବେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦିନ ଏଠାରେ ୧୦,୮୮୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୩,୫୩୭ କେବଳ ରାଜଧାନୀ ମସ୍କୋରୁ ଆସିଛି । ମେ ପରେ ଏହା ସବୁଠାରୁ ଅଧିକ କରୋନା ମାମଲା ବୋଲି ସୂଚନା ରହିଛି ।ସୂଚନାଅନୂଯାୟୀ, କରୋନାରେ ୧୧୭ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧,୪୭୫ରେ ପହଞ୍ଚିଛି । କରୋନା ଭାଇରସ ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୨୫,୮୮୯ରେ ପହଞ୍ଚିଛି ।ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ଦେଖି ସ୍କୁଲଗୁଡିକୁ ସୋମବାର ଦିନ ଅଚନାକ ଛୁଟିର ଘୋଷଣା କରାଯାଇଛି ।

ସ୍କୁଲରେ ଅତିକମ୍‌ରେ ୩୦ ପ୍ରତିଶତ ଷ୍ଟାପଙ୍କ ଆବଶ୍ୟକ ରହିଛି । ମସ୍କୋର ମେୟର ଗତ ସପ୍ତାହରେ ଅତିକମ୍‌ରେ ୧୫ଦିନ ସ୍କୁଲ ବନ୍ଦ କରିବାକୁ ଘୋଷଣାକରିଥିଲେ , ଏବଂ ୩୦ପ୍ରତିଶତ ଷ୍ଟାପ୍‌ଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଉ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ରହିଛି । ସ୍ଥାନୀୟ ଅଧିକାରୀଙ୍କ ମୁତାବିକ ଲକ୍‌ଡାଉନ୍‌ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ , କିନ୍ତୁ ସମସ୍ତେ ସାମାଜିକ ଦୂରତା ମାନିବାକୁ ବାଧ୍ୟ ବୋଲି କହିଛନ୍ତି ।ସୂଚନାଯୋଗ୍ୟ ଯେ, ବିଶ୍ୱର ସର୍ବପ୍ରଥମ କରୋନା ଭ୍ୟାକ୍‌ସିନ୍‌ ରୁଷ୍‌ ନିଜ ନାମରେ ରେଜିଷ୍ଟର କରିଛି । ସେହିପରି ଆଉ ଏକ ଭ୍ୟାକ୍‌ସିନ୍‌ ଶେଷ ହୋଇଯାଇଛି । ଖୁବଶୀଘ୍ର ଏହାର ମଧ୍ୟ ରେଜିଷ୍ଟାର କରିବା ପାଇଁ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତି ପୁତିନ ପୂର୍ବରୁ କହିଥିଲେ କି ଚଳିତ ମାସରେ କରୋନାର ଦ୍ୱିତୀୟ ଭ୍ୟାକ୍‌ସିନ୍‌ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।

Show More

Related Articles

Back to top button