ଦୁର୍ଘଟଣାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଜଣେ ମୃତ , ୪ ଗୁରୁତର

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଜସ୍ଥାନର ଯୋଧପୁର ଜିଲ୍ଲାର ଡୋଳି ଗାଁରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ମୃତ ୪ ଗୁରୁତର ଥିବା ଜଣା ପଡିଛି । ମୃତ ଜଣକ ଦୁଇ ବର୍ଷର ଝିଅ ହୋଇଥିବା ବେଳେ ପରିବାରର ଅନ୍ୟ ଚାରି ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ଅଟନ୍ତି ।

ସୂଚନା ଅନୁଯାୟୀ , ଯୋଧପୁର ଜିଲ୍ଲାର ଡୋଳି ଗାଁର ବାସିନ୍ଦା ବାବୁଲାଲ ପଟେଲଙ୍କ ସ୍ତ୍ରୀ ଭାବରୀ ସୋମବାର ସନ୍ଧ୍ୟାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଗ୍ୟାସ ଲିକେଜ ହୋଇଥିଲା । ଏହି କାରଣରୁ ସିଲିଣ୍ଡର ପାଇପ ଲାଇନରେ ନିଆଁ ଧରିନେଇଥିଲା । ଯେଉଁଥି ପାଇଁ ଭାବରୀ ଦେବୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । ମା ଦେହରେ ନିଆଁ ଲାଗୁଥିବା ଦେଖି ତାଙ୍କ ଦୁଇ ପିଲା ଧାଇଁ ଆସିବା ଦ୍ୱାରା ସେମାନଙ୍କ ଦେହରେ ମଧ୍ୟ ନିଆଁ ଲୀଗିଥିଲା । ପତ୍ନୀ ଓ ଛୁଆଙ୍କୁ ବଞ୍ଚେଇବା ସମୟରେ ବି ବାବୁଲାଲ ମଧ୍ୟ ନିଆଁ ଘେରକୁ ଆସିଯାଇଥିଲେ । ଏହାରି ମଧ୍ୟରେ ଝିଅ ଭାବିକାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମଲୋକେ ଏକଜୁଟ ହୋଇ ପାଣି ପକେଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ଗୁରୁତର ମାନଙ୍କୁ ମହାତ୍ମାଗାନ୍ଧୀ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଚିକିତ୍ସା ଚାଲିଛି । ସବୁଠାରୁ ଚିନ୍ତାଜନକ ବିଷୟଯେ ଅନ୍ଧବିଶ୍ୱାସ ତଥା ଝଡାଫୁଙ୍କାକୁ ବିଶ୍ୱାସ କରି ଘଟଣା ଘଟିବାର ତୁରନ୍ତ ଚିକିତ୍ସା କରା ଯାଇନଥିଲା । ଫଳରେ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲା ।

Show More

Related Articles

Back to top button