Breaking PLUSଓଡ଼ିଶାଜୀବନଚର୍ଯ୍ୟାବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଗୋଟିଏ ଗୋଟିଏ ଟଙ୍କାରେ କୋଟିଏ ଟଙ୍କା

 କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ ।

 କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆସେ । ଲକ୍ଷକୁ ହାସଲ କରିବାକୁ ହେଲେ ଖୋଲା ଆଖିରେ ସ୍ୱପ୍ନ ଦେଖିଲେ ହେବ ନାହିଁ । ସ୍ୱପ୍ନକୁ ପୂରା କରିବାକୁ ହେଲେ ସେହି ଭଳି କଠିନ ପରିଶ୍ରମ କରିବାକୁ ପଡିବ । ଠିକ୍ ଏହିଭଳି ଏକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଆଶାମର ଏକ ଗାଡି ସୋ’ରୁମରେ ଟଙ୍କା ବସ୍ତା ଧରି ପହଞ୍ଚିଲା ଜଣେ ଯୁବକ । ଆଉ ତା’ପରର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଦେଖିବା ପରେ କିଏ ସେହି ଯୁବକ ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି ।

ଆଶାମର ଜଣେ ଯୁବକ ଏକ ସ୍କୁଟି କିଣିବା ପାଇଁ ଟଙ୍କାଏ ଟଙ୍କାଏ କରି ପଇସା ଜମା କରି ରଖିଥିଲେ । ସ୍କୁଟି କିଣିବା ପାଇଁ ସେ ପ୍ରାୟ ୭ ରୁ ୮ ମାସ ଟଙ୍କା ଜମା କରିଥିଲେ । ସ୍କୁଟିର ମୂଲ୍ୟ ଅନୁସାରେ ଟଙ୍କା ଜମା ହୋଇଯିବା ପରେ ସମସ୍ତ ଟଙ୍କାକୁ ଏକ ଅଖାରେ ଧରି ଗାଡି ସୋ’ରୁମରେ ପହଞ୍ଚିଥିଲେ ଯୁବକ ଜଣକ । ସେକେବଳ ଖୁଚୁରା କଏନ୍ ହିଁ ଜମା କରି ରଖିଥିଲେ, ସେଠାରେ ଯେତେବେଳେ ଟଙ୍କା ବସ୍ତାକୁ ଖୋଲାଯାଇଥିଲା ସେତେବେଳେ ବସ୍ତା ଭିତରୁ ଖାଲି ଖୁଚୁରା କଏନ୍ ହିଁ ବାହାରିଥିଲା । ବସ୍ତାରେ ଏତେ କଏନ ଥିଲା କି ବଡ ପ୍ଲାଷ୍ଟିକ୍ ବାଲ୍ଟି ଭଳି ୫ଟି ପାତ୍ରରେ କଏନ୍ ଫୁଲ୍ ହୋଇଯାଇଥିଲା । ଟଙ୍କା ବସ୍ତାକୁ ଉଠାଇବା ପାଇଁ ସୋରୁମର କିଛି କର୍ମଚାରୀଙ୍କୁ ବହୁ କଷ୍ଟ କରି ନବାକୁ ପଡିଥିଲା  । କାରଣ ଟଙ୍କା ବସ୍ତା ବହୁତ ଓଜନ ଥିଲା । ଏହାପରେ ଟଙ୍କା ବସ୍ତାକୁ ସୋରୁମରେ ସମସ୍ତ କର୍ମଚାରୀ ମିଶି ଗଣିବାରେ ଲାଗିପଡିଥିଲେ । ସେହି ଟଙ୍କାକୁ ଗଣିବା ପାଇଁ ପ୍ରାୟ କିଛି ଘଣ୍ଟା ସମୟ ଲାଗିଥିଲା । ଶେଷରେ ସୋରୁମ୍ ମାଲିକ ସେହି ବ୍ୟକ୍ତିଙ୍କୁ ସ୍କୁଟି ଦେଇଥିଲେ । ସେହି ସମୟର ଭିଡିଓ ଏବେ ୟୁଟ୍ୟୁବ୍, ଫେସବୁକ୍ ଏବଂ ଇଂଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଲୋକେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବା ପାଇଁ ବହୁତ୍ ଉତ୍ସାହ ପ୍ରକାଶ କରୁଛନ୍ତି ।

Show More

Related Articles

Back to top button