Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାବ୍ୟକ୍ତିତ୍ୱ

ବାଘ ସହ ସଂଘର୍ଷ

ଯିଏ ନିଜର ମୃତ୍ୟୁକୁ ଅତି ନିକଟରୁ ଦେଖିଛି ସେ ହିଁ ଜାଣିଛି ଯେ,

ଯିଏ ନିଜର ମୃତ୍ୟୁକୁ ଅତି ନିକଟରୁ ଦେଖିଛି ସେ ହିଁ ଜାଣିଛି ଯେ, ମୃତ୍ୟୁ କେତେ ଭୟଙ୍କର। ପୁଣି ଏପରି ପରିସ୍ଥିତିରୁ ବଞ୍ଚିବାର ସଂଘର୍ଷ ଆହୁରି ଯେ, କେତେ କଷ୍ଟ। ଏମିତି କିଛି ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲା ସୋଲମାରି ଅଞ୍ଚଳରେ। ଜଣେ ୧୫ ବର୍ଷର ଝିଅ ରେଣୁ ମାଝି ପ୍ରାୟ ୨ ଘଣ୍ଟା ଗୋଟେ ବନ୍ଦ କୋଠରୀରେ ଫସିରହିଥିଲେ କାଲରାପତରିଆ ବାଘ ସହ। ଏହି ସମୟ ତାଙ୍କ ଜୀବନର ସବୁଠୁ ସଂଘର୍ଷମୟ ସମୟ ଥିବା ସେ ନିଜେ କହିଛନ୍ତି। ଏହି ଘଟଣା ଘଟିଥିଲା ଫେବୃଆରୀ ୧୪ ତାରିଖରେ। ସକାଳ ପ୍ରାୟ ୧୦ଟା ରେ ସେ ତାଙ୍କ ଘରେ ଥିବା ବେଳେ ହଠାତ୍ କାଲରାପତରିଆ ବାଘ ତାଙ୍କ ଘର ପାଖରେ  ଦେଖାଯାଇଥିଲ। ଏହା ପରେ ସେହି ବାଘକୁ ହଟାଇବା ପାଇଁ ସ୍ଥାନୀୟ ଲୋକ ପାଟି କରି ଚିଲେଇ ଥିଲେ। କିନ୍ତୁ ବାଘଟି  ରେଣୁଙ୍କ ଘରେ ପଶିଯାଇଥିଲା । ସେତେବେଳକୁ ରେଣୁ ତାଙ୍କ ପରିବାର ସହ ଘରେ ବସିଥିଲେ । ଏହା ପରେ ଅନ୍ୟମାନେ ଦୌଡ଼ି ବାହାରକୁ ପଳାଇଥିଲେ କିନ୍ତୁ ରେଣୁ ଏମିତି ସ୍ଥାନରେ ଥିଲେ ଯେ ତାଙ୍କୁ ବାହାରିବା ମୁସକିଲ ଥିଲା । ହେଲେ ଅନ୍ୟ ଲୋକ ଭାବିଲେ ଯେ ରେଣୁ ବାହାରକୁ ଚାଲି ଆସିଛନ୍ତି ତେଣୁ ଫରେଷ୍ଟ ଗାର୍ଡ ନଆସିବା ପର୍ଯ୍ୟନ୍ତ ଲୋକମାନେ କାଲରାପତରିଆ ବାଘ ପଶିଥିବା ଘରେ ତାଲା ପକାଇଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ଯେ, ରେଣୁ ସେହି ଘରେ ଅଛି ବୋଲି।

ରେଣୁଙ୍କ କହିବା କଥା, ବାଘ ତା ଆଗରେ ହିଁ ଖଟ ଉପରେ ବସିଥିଲା । ସେ ନିଜକୁ ବଞ୍ଚାଇବାକୁ ଯାଇ ପ୍ରଥମେ ବାଘ ତାକୁ ଦେଖିବା ପୂର୍ବରୁ ସେ ଏକ ଆଲ୍ମିରା ଭିତରେ ଲୁଚି ଯାଇଥିଲା । ସେହି ସମୟରେ ତାଙ୍କ ସହ ଅନେକ କିଛି ଘଟିଥିଲା, ଏମିତିକି ସେହି ଦିନ ତାଙ୍କ ଜୀବନର ଶେଷ ଦିନ ବୋଲି ସେ ଭାବିନେଇଥିଲେ। ସେ ଚାହିଁ ମଧ୍ୟ କାହାକୁ ଫୋନ୍ କରିପାରିନଥିଲେ କି ଡାକି ପାରୁନଥିଲେ। କିନ୍ତୁ ସେ ଲୁଚିଯାଇଥିବାରୁ  ତାଙ୍କ ଜୀବନ ବଞ୍ଚି ଯାଇଛି।

ଲୋକମାନେ ଯେତେବେଳେ ଜାଣିଲେ ଯେ ସେ ରୁମ୍ ଭିତରେ ଅଛି ବୋଲି ତାଙ୍କ ଘର ଝରକାକୁ ଏକ ଲମ୍ବା ସିଡି ଲଗାଇ ତାଙ୍କୁ ବାହାରକୁ ବାହାର କରିଥିଲେ ।  ଝରକା ପାଖରେ ଆଲ୍ମିରା ଥିବାରୁ ଚିତା ବାଘର ନଜର ତା ଉପରେ ପଡ଼ି ନ ଥିଲା । ତେବେ ସେ ନିଜ ସାହାସ ପାଇଁ ହିଁ ନିଜ ଜୀବନକୁ ବଞ୍ଚାଇ ପାରିଛନ୍ତି। ତେଣୁ ତାଙ୍କୁ ୱେଷ୍ଟର୍ଣ୍ଣ ଆସାମୱାଇଲ୍ଡଲାଇଫ ଫରେଷ୍ଟ ଅଫିସର ପ୍ରଞ୍ଜଲ୍ ଶର୍ମା ନିଜ ବାହାଦୂରୀ ପାଇଁ ପ୍ରଶଂସା କରିଛନ୍ତି।

Show More

Related Articles

Back to top button