Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କଦଳିବାଡି ଗାଁରେ ପୋଖରୀରେ ବୁଡ଼ି ଦୁଇ

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କଦଳିବାଡି ଗାଁରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦୁଇ ଜଣ ହେଲେ ସୁମି ହେମ୍ବ୍ରମ ଓ ରାଜେଶ ହେମ୍ବ୍ରମ । ସେମାନଙ୍କ ବୟସ ୩ ବର୍ଷ ।
ଗତକାଲି ଅପରାହ୍ଣ ସମୟରେ ସୁମି ଓ ରାଜେଶ ଦୁହେଁ ଘର ପାଖରେ ଖେଳୁଥିଲେ। କିଛି ସମୟ ପରେ ଘର ଲୋକ ସେମାନଙ୍କୁ ଦେଖିବାକୁ ନ ପାଇବାରୁ ଖୋଜା ଖୋଜି କରିଥିଲେ ,କିନ୍ତୁ ପାଇନଥିଲେ।ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଉଭୟଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଉଭୟଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହା ମୁତ୍ୟୁ ନା ଆଉ କିଛି ? ଏଯାଏ କିଛି ସ୍ପଷ୍ଟ ହୋଇନାହିଁ ।

Show More

Related Articles

Back to top button