ବାଣିଜ୍ୟ

Paytm ଉପରେ ଆରବିଆଇର ଆକ୍ସନ

ନୂଆ ଗ୍ରାହକ ନଯୋଡିବାକୁ ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନିର୍ଦ୍ଦେଶ

ପେଟିଏମ ପେମେଣ୍ଟ ଉପରେ ବଡ଼ କଟକଣା ଜାରି କରିଛି ଆରବିଆଇ । ଶୁକ୍ରବାର ଏକ ବୟାନ ଜାରି କରି ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନିଜ ସହ ନୂଆ ଗ୍ରାହକ ନଯୋଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶର ତତ୍କାଳ ଲାଗୁ ହେବ । ଏହାସହ ବ୍ୟାଙ୍କକୁ ଏକ ଆଇଟି ଅଡିଟ୍ ଫାର୍ମ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଟିରିୟଲ ସୁପରଭାଇଜରୀ ଉପରେ ଚିନ୍ତା ପ୍ରକଟ କରି ଏହି ନିର୍ଦ୍ଦେଶ ଦେଇଥିବା କେନ୍ଦ୍ରୀୟ ବ୍ୟାଙ୍କ କହିଛି। ଆରବିଆଇ ନିଜ ବୟାନରେ କହିଛି, ବ୍ୟାଙ୍କ ନିଜ ଆଟି ପ୍ରଣାଳୀର ବ୍ୟାପକ ଅଡିଟ୍ ପାଇଁ ଏକ ଅଡିଟ୍ ଫାର୍ମକୁ ନିୟୁକ୍ତ କରିବାର ଆବଶ୍ୟକତା ରହିଛି।

ପେଟିଏମ ପେମେଣ୍ଟ ବ୍ୟାଙ୍କ ଆଇଟି ଅଡିଟର ରିପୋର୍ଟର ସମୀକ୍ଷା ପରେ ଆରବିଆଇଠାରୁ ଅନୁମତି ମିଳିବା ପରେ ନୂତନ ଗ୍ରାହକଙ୍କୁ ନିଜ ସହ ଯୋଡିପାରିବ। ଉଲ୍ଲେଖଯୋଗ୍ୟ ଯେ, ପେଟିଏମ ବ୍ୟାଙ୍କକୁ ଗତ ଡିସେମ୍ୱର ମାସରେ ସେଡ୍ୟୁଲ୍ଡ ବ୍ୟାଙ୍କ ଭାବେ କାର୍ଯ୍ୟ କରିବା ଆରମ୍ଭ କରିବା ପାଇଁ ଆରବିଆଇ ଅନୁମତି ଦେଇଥିଲା। ଭାରତୀୟ ବ୍ୟାଙ୍କିଂ ରେଗୁଲାଟରୀ ଆକ୍ଟ ୧୯୪୯ର ଧାରା ୩୫(କ) ଅଧିନରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ତତ୍କାଳ ପ୍ରଭାବରୁ ଗ୍ରାହକଙ୍କୁ ନିଜ ସହ ନ ଯୋଡିବାକୁ ନିର୍ଦ୍ଦେଶ ଦେଇଛି।

Show More

Related Articles

Back to top button