ବଲିଉଡମନୋରଞ୍ଜନ

ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି

‘ଦ କଶ୍ମୀର ଫାଇଲ୍ସ ଫିଲ୍ମ’ ରାଜ୍ୟରେ ଟ୍ୟାକ୍ସ ଫ୍ରି

ହରିୟାଣା ସରକାର ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ରାଜ୍ୟକେ ଛଅ ମାସ ଯାଏଁ ଟିକସ ମୁକ୍ତ କରିଛନ୍ତି। ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଏହି ଅବଧିରେ ସିମେନା ଘର, ମଲ୍ଟିପ୍ଲେକ୍ସ ଗୁଡିକର ଟିକେଟରେ ଦର୍ଶକଙ୍କଠାରୁ ରାଜ୍ୟ ଜିଏସଟି ଆଦାୟ ହେବ ନାହିଁ । ଅନୁପନ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନିତ ଫିଲ୍ମ କଶ୍ମୀର ଫାଇଲ୍ସ ଶୁକ୍ରବାର ସିନେମା ଘରକୁ ଆସିଛି।

ଫିଲ୍ମରେ ୯୦ ଦଶନ୍ଧିର କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯାତନା ଏବଂ ବାସହାର କରାଯିବାର କାହାଣୀକୁ ଦର୍ଶାଯାଇଛି । ଜମ୍ମୁ କଶ୍ମୀରରେ ଆତଙ୍କବାଦକୁ ନେଇ ଅନେକ ସିନେମା ଆସିସାରିଛି, କିନ୍ତୁ ଏହା ପ୍ରଥମ ଫିଲ୍ମ ଯେଉଁଥିରେ କଶ୍ମୀରୀରେ ଆତଙ୍କବାଦ କିପରି କଶ୍ମୀରୀ ପଣ୍ଡିତମାନଙ୍କୁ ଘର ଛାଡି ଯିବାକୁ ବାଧ୍ୟ କରିଥିଲେ ତାହା ସ୍ଥାନିତ କରାଯାଇଛି।

Show More

Related Articles

Back to top button