ଜୀବନଚର୍ଯ୍ୟାଦେଶ ବିଦେଶସ୍ୱତନ୍ତ୍ର

ଦୋଳ ପୂର୍ଣ୍ଣମୀ ଦିନ କରନ୍ତୁ ଏହି ଉପାୟ ଚମକି ଉଠିବ ଆପଣଙ୍କ ଭାଗ୍ୟ

ଦୋଳ ପୂର୍ଣ୍ଣମୀ ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୋଇଥାଏ l ଏହା ହିନ୍ଦୁ ଧର୍ମ ର ଗୋଟିଏ ବଡ଼ ପର୍ବ, ଯାହାକୁ ସାରା ଭାରତ ବର୍ଷରେ ପାଳନ କରାଯାଇ ଥାଏ l

ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖରେ ପଡୁଛି l ଏହିଦିନ ହୋଲିକା ଦହନ ଅନୁଷ୍ଠିତ ହୋଇଥାଏ l ଏହାର ପରଦିନ ରଙ୍ଗଖେଳ ଅନୁଷ୍ଠିତ ହୋଇଥାଏ l ହୋଲିକା ଦହନ ର ବିଶେଷ ମହତ୍ୱ ଦୋଳ ପୂର୍ଣ୍ଣମୀ ରେ ରହିଛି l ମାନ୍ୟତା ରହିଛି ଯେ ଏହିଦିନ ହୋଲିକା ଦହନ ର ମହତ୍ୱ ଆମ ହିନ୍ଦୁ ଧର୍ମରେ ବିଶେଷ ଭାବରେ ରହିଛି, କୁହାଯାଏ ଯେ ଏହି ହୋଲିକା ଦହନ ରେ ଆମେ ନିଜର ଅହଂକାର,ହିଂସା,ଘୃଣା.ଇତ୍ୟାଦିକୁ ମନରୁ ଦୁରେଇ ନିଜ ଭିତରେ ସାତ୍ଵିକ ଭାବନା ଭରିବା ଉଚିତ l

* ଏହି ସମୟରେ ରାଧାକୃଷ୍ଣ ମିଳିତ ଭାବରେ ବାହାରି ଥାଆନ୍ତି ଭ୍ରମଣରେ ଓ ଘରଘର ବୁଲି ପ୍ରସାଦ ଖାଇ ଥାଆନ୍ତି ଓ ନିଜର ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି l ତେଣୁ ମାନ୍ୟତା ରହିଛି ଯେ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପାଇଁ ଦୋଳ ପୂର୍ଣ୍ଣମୀ ଦିନ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରି ପଦ୍ମ ଫୁଲ ଅର୍ପଣ କରିବା ଉଚିତ l

* ଶାସ୍ତ୍ରର ମାନ୍ୟତା ଅନୁସାରେ ଦୋଳ ପୂର୍ଣ୍ଣମୀ ଦିନ ଗରିବ ଙ୍କୁ ଭୋଜନ କରାଇବା ଉଚିତ l ଏହାଦ୍ୱାରା ରିଷ୍ଟ ଖଣ୍ଡନ ହୋଇ ମଣିଷ ନିରୋଗୀ ରହିଥାଏ ଓ ଧନ ପ୍ରାପ୍ତି ହୋଇଥାଏ l ଯାହାଦ୍ୱାରା ଗ୍ରହ ମଧ୍ୟ ଶାନ୍ତି ହୋଇଥାଏ l

* ଦୋଳ ପୂର୍ଣ୍ଣମୀ ଦିନ ଚାକିରୀ ଓ ବ୍ୟବସାୟ ରେ ଉନ୍ନତି ପାଇବା ପାଇଁ ହୋଲିକା ଦହନ ପୂର୍ବରୁ ଗୋଟିଏ ନଡ଼ିଆ ନେଇ ନିଜ ପରିବାର ସଦସ୍ୟଙ୍କ ମୁଣ୍ଡ ଉପରେ ୭ଥର ବୁଲାଇ ଯେଉଁଠାରେ ହୋଲିକା ଦହନ ହେଉଛି ସେଠାରେ ଜଳାଇ ଦିଅନ୍ତୁ l ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ର ସମସ୍ତ ସଙ୍କଟ ଦୂର ହୋଇ ଜୀବନ ରେ ଉନ୍ନତି ହୋଇଥାଏ l

* ଯେତେ ଚେଷ୍ଟା କଲେ ମଧ୍ୟ ଯଦି କୌଣସି କାର୍ଯ୍ୟରେ ସଫଳତା ମିଳୁ ନାହିଁ , ତେବେ ହୋଲିକା ଦହନ ସମୟରେ ଅଗ୍ନି କୁ ନଡ଼ିଆ ଓ ଗୁଆ ଅର୍ପଣ କରନ୍ତୁ l ଯାହାଦ୍ୱାରା ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ l

* ଦୋଳ ପୂର୍ଣ୍ଣମୀ ଦିନ ଦକ୍ଷିଣା ବର୍ତ ଶଙ୍ଖ କୁ ଦୁଗ୍ଧ ରେ ଗାଧୋଇ ଦେଇ ରକ୍ତ ଚନ୍ଦନ ଲଗାଇ ତୁଳସୀ ପ୍ରଦାନ କରନ୍ତୁ l ଏହାଦ୍ୱାରା ପରିବାର ରେ ଶାନ୍ତି,ଆର୍ଥିକ ସ୍ଥିତି ସୁଦୃଢ଼ ଓ ପ୍ରତିଟି ସ୍ଥାନରେ ସଫଳତା ପ୍ରାପ୍ତ ହୋଇଥାଏ l

Show More

Related Articles

Back to top button