ଓଡ଼ିଶାମନୋରଞ୍ଜନ

ଓଲିଉଡ୍ ରେ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି  ‘ଟାର୍ଗେଟ୍‌-୨’

୧୦ ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ରିଜିଜ୍ ହୋଇଥିଲା

କଟକ : ଓଲିଉଡ୍ ରେ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି  ‘ଟାର୍ଗେଟ୍‌-୨’ । ଦୀର୍ଘ ୧୦ ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ରିଜିଜ୍ ହୋଇଥିଲା । ଏହି ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ । ଏହି ସିନେମାଟି ୨୦୧୩ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ଅମ୍ଳାନଙ୍କ ପ୍ରଥମ ଅଭିନୀତ ଫିଲ୍ମ ଥିଲା ।

ବ୍ଲାକ୍‌ ଆଣ୍ଡ୍‌ ହ୍ୱାଇଟ୍‌ ମୋସନ୍‌ ପିକର୍ଚଜ୍‌ ଏବଂ ୱେଡ୍‌ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ମିଳିତ ଭାବେ ନିର୍ମାଣ ହେଉଛି ଏହି ସିନେମା । ଯାହାର ଶୀର୍ଷକ ସାଙ୍ଗକୁ ମୋସନ୍‌ ପୋଷ୍ଟର୍‌ ଘୋଷଣା ସରିଛି। ସିନେମାର ପ୍ରଯୋଜନା ଭାର ଅନିକେତ ଦାସ ଏବଂ ସଂଘମିତ୍ରା ମହାନ୍ତି ବହନ କରିଥିଲା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପୃଥ୍ୱୀରାଜ ପଟ୍ଟନାୟକ ।

 

ମୁଖ୍ୟ ଚରିତ୍ରରେ ନାୟକ ଅମ୍ଳାନ ଅଭିନୟ କରୁଛନ୍ତି । ଏ ସିନେମା ସହିତ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆସିବାକୁ ଥିବା ଆଗାମୀ ସିନେମା ‘ଗୁପ୍‌ଚୁପ୍‌’ରେ ବି ଅମ୍ଳାନ ଲିଡ୍‌ରେ ନଜର ଆସିବେ । ଏହାବ୍ୟତୀତ ଆଗକୁ ଅମ୍ଳାନଙ୍କ ଅଭିନୀତ ୧୦ରୁ ଅଧିକ ଓଡ଼ିଆ ସିନେମା ମୁକ୍ତିଲାଭ ଅପେକ୍ଷାରେ ରହିଛି । ଏହି ନୂଆ ସିନେମାଗୁଡ଼ିକ ସାଙ୍ଗକୁ ନିକଟରେ ଘୋଷଣା ହୋଇଥିବା ‘ଟାର୍ଗେଟ୍‌’ର ସିକ୍ୱେଲ୍‌ ପାଇଁ ସେ ବହୁତ ଖୁସି ଅଛନ୍ତି । ଏପରିକି ଗତ ୬ତାରିଖରେ ଲକ୍‌ଡାଉନ୍‌ ଉପରେ ଆଧାରିତ ତାଙ୍କର ନୂଆ ସିନେମା ‘ଲଗାମ୍‌’ ତରଙ୍ଗରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହୋଇଯାଇଛି ।

Show More

Related Articles

Back to top button