ବାଣିଜ୍ୟ

‘ଫେସବୁକ୍‌’ ଉପରେ ୫୨୦ କୋଟି ଟଙ୍କାର ଜରିମାନା ଲଗାଇଲା ବ୍ରିଟେନ

ଜିଆଇଏଫ ପ୍ଲାଟଫର୍ମ Giphy କୁ କ୍ରୟ କରିବା ବେଳେ ନିର୍ଦେଶର ଉଲ୍ଲଂଘନ କରି ଫସିଛି ଆମେରିକାର ସୋସିଆଲ ମିଡିଆ ଜ୍ୟାଣ୍ଟ ଫେସବୁକ୍‌ ।

ବ୍ରିଟେନର କମ୍ପିଟିସନ୍‌ ରେଗୁଲେଟର ଫେସବୁକ୍‌ ଉପରେ ଜିବିପି ୫୦.୫ ମିଲିୟନ ପାଉଣ୍ଡ (ପାଖାପାଖି ୫୨୦ କୋଟି ଟଙ୍କା) ଜରିମାନା ଲଗାଇଛି । ବୁଧବାର ଏନେଇ ଏଏଫପି ପକ୍ଷରୁ ସୂଚନା ମିଳିଛି। କମ୍ପିଟିସନ୍‌ ଆଣ୍ଡ ମାର୍କେଟ ଅଥୋରିଟି (ସିଏମଏ) ପକ୍ଷରୁ କୁହାଯାଇଛି, ଫେସବୁକ୍‌ ଜାଣିଶୁଣି ନିର୍ଦେଶ ପାଳନ କରିନାହିଁ। ଏହି ଜରିମାନା ଏକ ସତର୍କବାଣୀ ଭଳି ସମସ୍ତ କମ୍ପାନୀ ପାଇଁ ସାବ୍ୟସ୍ତ ହେବ। କାରଣ ନିୟମରୁ ଉର୍ଦ୍ଧ୍ବରେ କେହି ନୁହେଁ । ସେପଟେ ସିଏମଏ ସହ ସମହମତି ପ୍ରକାଶ କରିନାହିଁ ଫେସବୁକ୍‌। ଅନେକ ଥର ଚେତାବନୀ ଦେବା ପରେ ମଧ୍ୟ ଫେସବୁକ୍‌ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇ ନଥିଲା। ସିଏମଏ ମତରେ ଫେସବୁକ୍‌ ଜାଣିଶୁଣି ଏହି ଭୁଲ କରିଛି।

ସିଏମଏର ବରିଷ୍ଠ ନିର୍ଦେଶକ ଜିଏଲ୍‌ ବୋମଫୋର୍ଡ କହିଛନ୍ତି, ‘ଆମେ ଫେସବୁକ୍‌କୁ ଚେତାବନୀ ଦେଇଥିଲୁ ଯେ ଆମକୁ ମହତ୍ବପୂର୍ଣ୍ଣ ସୂଚନା ପ୍ରଦାନ ନକରିବା ନିୟମର ଉଲ୍ଲଂଘନ। କିନ୍ତୁ ଦୁଇ ଥର କୋର୍ଟରେ ଅପିଲ୍‌ ହାରିବା ପରେ ମଧ୍ୟ ଫେସବୁକ୍‌ ନିଜର ଆଇନଗତ ଦାୟିତ୍ବରେ ଅବହେଳା କରିଥିଲା।ଏହି କାର୍ଯ୍ୟାନୁଷ୍ଠାନ କୌଣସି କମ୍ପାନୀ ପାଇଁ ଏକ ଚେତାବନୀ ଯିଏକି ନିଜକୁ ଆଇନରୁ ଉର୍ଦ୍ଧ୍ବରେ ବୋଲି ଭାବୁଛି।’

Show More

Related Articles

Back to top button