ଜୀବନଚର୍ଯ୍ୟାବାଣିଜ୍ୟସ୍ୱତନ୍ତ୍ର

ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି

ଏକାଥରେ ମିଳିବ ୧୫ ଲକ୍ଷ ଟଙ୍କା

ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଏମିତି ଏକ ସ୍କିମ ଯେଉଁଥିରେ ଲଙ୍ଗ ଟର୍ମ ନିବେଶ କରାଗଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇପାରିବ। ଯଦି ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ପ୍ରତି ମାସରେ PPF ରେ ଜମା କରନ୍ତି ତାହେଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ଫଣ୍ଡ ଜମା ହୋଇପାରିବ। ଧରି ନିଅନ୍ତୁ, ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରୁଛନ୍ତି ତାହେଲେ ମାସକୁ ଆପଣ ୪୫୦୦ ଟଙ୍କା ସଞ୍ଚୟ କରିଛନ୍ତି ଏବଂ ଏହାକୁ ଆପଣ PPF ରେ ନିବେଶ କରୁଛନ୍ତି। ତାହେଲେ ଆପଣଙ୍କର ବାର୍ଷିକ ନିବେଶ ୫୪ ହଜାର ଟଙ୍କା ହେବ। ୧୫ ବର୍ଷରେ ଆପଣଙ୍କ PPF ଆକାଉଣ୍ଟ ମେଚ୍ୟର ହୋଇଯିବ।

ତାପରେ ଆପଣଙ୍କୁ ୧୪ ଲକ୍ଷ ୬୪ ହଜାର ୫୫୫ ଟଙ୍କା ମିଳିବ। PPF ରେ ବର୍ତ୍ତମାନ ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳୁଛି। ମେଚ୍ୟୁର ହେବା ଯାଏଁ ଏହି ସୁଧ ମିଳିବ। PPF ରେ ଆୟକର ଟ୍ୟାକ୍ସ ଆକ୍ଟ ସେକ୍ସନ 80C ଅନୁଯାୟୀ ଟ୍ୟାକ୍ସ ବେନିଫିଟ ମିଳିଥାଏ। ଏହି ସ୍କିମରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ପାଇଁ ରିହାତି ନିଆଯାଇପାରେ। ପିପିଏଫରେ ଅର୍ଜିତ ସୁଧ ଏବଂ ମେଚ୍ୟୁରିଟି ରାଶି ମଧ୍ୟ ଟ୍ୟାକ୍ସମୁକ୍ତ। ଏହିପରି, PPF ରେ ବିନିଯୋଗ EEE ବର୍ଗ ଅଧୀନରେ ଆସେ। ପିପିଏଫ ଆକାଉଣ୍ଟରେ ଋଣ ସୁବିଧା ମଧ୍ୟ ଉପଲବ୍ଧ। ପିପିଏଫ ଆକାଉଣ୍ଟ ଯେଉଁ ବର୍ଷ ଖୋଲିଥିବେ, ତାର ଶେଷ ହେବାର ବର୍ଷେ ପୁରା ହେବାପରେ ଓ ୫ ବର୍ଷ ପୁରା ହେବା ପୂର୍ବରୁ ଋଣ ପାଇଁ ଆବେଦନ କରିପାରିବେ।

Show More

Related Articles

Back to top button