Breaking PLUSଦେଶମୁଖ୍ୟ ଖବର

ପ୍ରତି ରାମନବମୀ ଅବସରରେ ଭଗବାନ ସୂର୍ଯ୍ୟ କରିବେ ଶ୍ରୀରାମଙ୍କ ଅଭିଷେକ, ଦ୍ୱିପ୍ରହରରେ ଚମକିବ ପ୍ରଭୁଙ୍କ ଲଲାଟ

ଶ୍ରୀରାମଙ୍କ ମୂର୍ତ୍ତିର ବ୍ୟାଖ୍ୟା କଲେ ଶ୍ରୀରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ
ଦେବୱ ଓ ରାଜପୁତ୍ର ସହିତ 5ବର୍ଷର ବାଳକ ପ୍ରଭୁ ଶ୍ରୀରାମଙ୍କ ପ୍ରତିମା
ଅଯୋଧ୍ୟା- ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାକୁ ଯେଉଁ ଦିବ୍ୟତା, ଭବ୍ୟତା ଓ ନଭ୍ୟତା ଅଭିମୁଖେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନେଇଯାଉଛନ୍ତି, ତାର ଏବେ ଝଲକ ଦେଖିବାକୁ ମିଳିଛି । କେବଳ ନଗରର ବିକାଶ ହେଉନି, ଭଗବାନ ରାମଙ୍କ ଭବ୍ୟ ମନ୍ଦିର ଓ ତାଙ୍କ ମୂର୍ତ୍ତିରେ ଅଲୌକିକତାର ଦର୍ଶନ ହେବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ବାଜିଛି ମୋହର ।
ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଏଭଳି ନିର୍ମାଣ କରାଯାଇଛି ଯେ, ପ୍ରତ୍ୟେକ ବର୍ଷ ରାମନବମୀରେ ଭଗବାନ ସୂର୍ଯ୍ୟ ସ୍ୱୟଂ ଶ୍ରୀରାମଙ୍କ ଅଭିଷେକ କରିବେ । ଭାରତର ପ୍ରଖ୍ୟାତ ମହାକାଶ ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ମୂର୍ତ୍ତିର ଲମ୍ବ ଓ ଏହାକୁ ସ୍ଥାପିତ କରିବାର ଉଚ୍ଚତା ରଖାଯାଇଛି । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥି ଦ୍ୱିପ୍ରହର 12ଟା ବେଳେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ଶ୍ରୀରାମଙ୍କ ଲଲାଟରେ ପଡିବ ।

Show More

Related Articles

Back to top button