Breaking PLUSଦେଶମୁଖ୍ୟ ଖବରରାଜନୀତି

କାଲିଠୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ- କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ଓ ଲଘୁସଂଖ୍ୟକ ମାମଲା ମନ୍ତ୍ରୀ ସ୍ମୃତି ଇରାନୀ ଜାନୁୟାରୀ 7 ଓ 8 ଦୁଇଦିନିଆ ସାଉଦି ଆରବ ଗସ୍ତ କରିବେ । ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ତାଙ୍କ ସହ ଗସ୍ତ କରିବେ ।
ସ୍ମୃତି ଇରାନୀ ଜେଦ୍ଦା ସ୍ଥିତ ଭାରତୀୟ ମହାବାଣିଜ୍ୟିକ ଦୂତାବାସରେ ଜାନୁୟାରୀ 7ରେ ଦ୍ୱିପାକ୍ଷିକ ହଜ ବୁଝାମଣା 2024ରେ ହସ୍ତାଖର ଓ ଦସ୍ତାବିଜର ଆଦାନ ପ୍ରଦାନ ପାଇଁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ । ସେ ଆଗାମୀ ହଜ 2024 ସହିତ ସମ୍ବନ୍ଧିତ ପାରସ୍ପରିକ ହିତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ପାଇଁ ସାଉଦି ଆରବର ହଜ ଓ ଓମରା ମାମଲାର ମନ୍ତ୍ରୀ ଡ.ତୌଫିକ ବିନ୍ ଫୌଜାନ ଅଲ୍ ରବିୟାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।
ଏହାପରେ ପ୍ରତିନିଧିମଣ୍ଡଳ ସାଉଦି ଆରବରେ ଭାରତୀୟ ବ୍ୟବସାୟୀ ସମୁଦାୟ ଓ ଭାରତୀୟ ପ୍ରବାସୀଙ୍କୁ ସାକ୍ଷାତ କରିବେ ।

Show More

Related Articles

Back to top button