ବାଣିଜ୍ୟ

ଆମାଜନ ଉପରେ ଲାଗିଲା ୯୬୬ କୋଟି ଟଙ୍କାର ଫାଇନ୍ !

ଜାଣନ୍ତୁ କଣ ପାଇଁ ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ ?

ଇଟାଲୀରେ ଲୋକପ୍ରିୟ ଅନଲାଇନ ବ୍ୟବସାୟ କମ୍ପାନୀ ଆମାଜନ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ ଉପରେ ୨.୧୩ ଆରବ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହା ସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯାଇଛି। ଆମାଜନ ନିଜ ବ୍ୟବସାୟିକ ବଜାରରେ ନିଜର କ୍ଷମତାର ଦୁରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆମାଜନ ବ୍ୟବସାୟିକ ନିୟମ ଉଲଙ୍ଘନ କରି ନିଜର ଲୋକପ୍ରିୟତା ବଢ଼ାଇ ଅନ୍ୟ ଇ-କମର୍ସ ବ୍ୟବସାୟରେ କ୍ଷତି ପହଞ୍ଚାଇ ଥିବାରୁ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି। ପ୍ରାଧିକରଣ କହିଛି ଆମାଜନ ଏହି ବ୍ୟାବସାୟିକ ଭୁଲ ପଦକ୍ଷେପ ଅକ୍ଷମଣୀୟ ଥିଲା। ସେଥିପାଇଁ ଆମେ ଏହି କମ୍ପାନୀ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ। ଏହି ବିଷୟରେ ଆମାଜନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀର ଆଣ୍ଟିଟ୍ରଷ୍ଟ ୱାଚ ଡଗ୍ ଆମାଜନ ଓ ଆପଲ କମ୍ପାନୀ ଉପରେ ୨୨.୫ କୋଟି ଡଲାର (୧,୬୭୬ କୋଟି ଚଙ୍କା) ଜରିମାନା ଲଗାଇଥିଲା। ଆପଲର ବିଟ୍ସ ବ୍ରାଣ୍ଡର ଉତ୍ପାଦ ବିକ୍ରିରେ ମଧ୍ୟ ଇ-କମର୍ସ ନିୟମର ଉଲଙ୍ଘନ କରିଥିଲା।

Show More

Related Articles

Back to top button