ଦେଶ ବିଦେଶମୁଖ୍ୟ ଖବର

ଆସନ୍ତୁ ପଢିବା ଓ ଜାଣିବା ଦେଶରେ କିପରି ବ୍ୟାପିବ Omicron ?

ଆଗାମୀ ସପ୍ତାହ ବେଳକୁ ଚିତ୍ର ସ୍ପଷ୍ଟ ହୋଇଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରାଳୟକରୋନା ଭାଇରସ ମହାମାରୀର ଓମିକ୍ରନ ପ୍ରକାରକୁ ନେଇ ସାରା ଦେଶରେ ଉଚ୍ଚ ସତର୍କତା ଅବଲମ୍ବନ କରାଯାଉଛି। ଦେଶରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ପ୍ରକାର ଦ୍ୱାର ସଂକ୍ରମିତ ମୋଟ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସବୁଠୁ ତାଜା ମାମଲା ଶୁକ୍ରବାର ମୁମ୍ବାଇର ସର୍ବ ବୃହତ୍ତ ବସ୍ତି ଧରାବୀରେ ଚିହ୍ନଟ ହୋଇଛି। ଇତିମଧ୍ୟରେ ଓମିକ୍ରନକୁ ନେଇ ନୂଆ ଅପଡେଟ ଆସିଛି। ଓମିକ୍ରନ କେତେ ବିପଦ ଜନକ ସେ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଅପଡେଟ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏହା କେତେ ତୀବ୍ର ବ୍ୟାପୁଛି ତାହା ଆଗାମୀ ସପ୍ତାହ ବେଳକୁ ସ୍ପଷ୍ଟ ହୋଇଯିବ। ତେବେ ଓମିକ୍ରନ ଭାରିଏଣ୍ଟ ନେଇ ଲଗାତାର ଆସୁଥିବା ଖବରରେ ଏହା ଡେଲ୍ଟା ଭାରିଏଣ୍ଟ ଠାରୁ କମ ବିପଦ ଜନକ ଓ ଡେଲ୍ଟା ଠାରୁ ଅଧିକ ତୀବ୍ର ବ୍ୟାପୁଛି।

ଓମିକ୍ରନ ନେଇ କ୍ୟାବିନେଟ ସଚିବ ଶନିବାର ଏକ ବୈଠକ ଆହ୍ୱାନ କରିଛନ୍ତି। ଯେଉଁଥିରେ ଦେଶରେ କରୋନା ଭାଇରସର ତାଜା ସ୍ଥିତି ସାଙ୍ଗକୁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା ହେବ। ବିଶ୍ୱ ୫୯ଟି ଦେଶକୁ ଏବେ ଓମିକ୍ରନ ବ୍ୟାପିସାରିଲାଣି। ୨ହଜାର ୯୩୬ ଜଣ ଲୋକ ଏପର୍ଯ୍ୟନ୍ତ ଭୂତାଣୁର ଏହି ପ୍ରକାରରେ ସଂକ୍ରମିତ ହୋଇଛନ୍ତି। ଏଥିରେ ବ୍ରିଟେନରେ ସବୁଠୁ ଅଧିକ ୮୧୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଡେନମାର୍କରେ ୭୯୬, ଦକ୍ଷିଣ ଆଫ୍ରିକାରେ ୪୩୧, କାନାଡାରେ ୭୮, ଆମେରିକାରେ ୭୧, ଜର୍ମାନରେ ୬୫ ଓ ଦକ୍ଷିଣ କୋରିଆରେ ଏପର୍ଯ୍ୟନ୍ତ ୬୦ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ଛଡା ଅଷ୍ଟ୍ରେଲିଆରେ ୫୨, ଜିମ୍ବାୱେରେ ୫୦, ଫ୍ରାନ୍ସରେ ୪୨, ପର୍ତ୍ତୃଗାଲରେ ୩୭, ନେଦରଲ୍ୟାଣ୍ଡରେ ୩୬. ନରୱେରେ ୩୩, ଘାନାରେ ୩୩ ଓ ବେଲଜିୟମରେ ୩୦ ଓମିକ୍ରନ କେସ୍ ଚିହ୍ନଟ ହୋଇଛି।

Show More

Related Articles

Back to top button