ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜିଠୁ ଆରମ୍ଭ ଓଜେଇଇ ଓ୍ୱେବ୍ କାଉନସେଲିଂ

ଭୁବନେଶ୍ୱର :ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଏମ୍‌ବିଏ, MCA, M.TECH, M.ARCH ଓ  M.PLAN ପାଇଁ ୱେବ୍ କାଉନସେଲିଂ ହେବ। ସେହିପରି ଆସନ୍ତାକାଲିଠୁ B.Tech, B.Arch, B.Plan, B.CAT, Int. M.Sc ଆଦି ପାଇଁ ୱେବ୍ କାଉନସେଲିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଛାତ୍ରଛାତ୍ରୀ ମାନେ www.ojee.nic.in କିମ୍ବା odishajee.comରେ ବିସ୍ତୃତ ବିବରଣୀ ପାଇପାରିବେ।ସୂଚନାଯୋଗ୍ୟ, ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସର୍ବାଧିକ ଲାଟେରାଲ ଏଣ୍ଟ୍ରି ଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ବି. ଫାର୍ମା ପାଇଁ ୧୨,୨୨୯ ଜଣ ଓ ଏମବିଏ ପାଇଁ ୧୦,୬୭୪ ଜଣ ଆବେଦନ କରିଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଜୁଲାଇ ୪ ରୁ ୮ ତାରିଖ ଯାଏ ୩ଟି ସିଟିଂରେ ପରୀକ୍ଷା ହୋଇଥିଲା । କମ୍ପ୍ୟୁଟର ବେସଡ୍ ପରୀକ୍ଷା ଯୋଗୁଁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।

Show More

Related Articles

Back to top button