ଓଡ଼ିଶାଦେଶସ୍ୱତନ୍ତ୍ର

ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର,ଏହି ଭୁଲ ପାଇଁ କଟିପାରେ ଆପଣଙ୍କ ରାସନକାର୍ଡ

ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର । ଦୁଇ ବର୍ଷ ପୂର୍ବେ କରୋନା ମହାମାରୀ ଯୋଗୁଁ ଗରିବଙ୍କ ଖାଇବା ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ ସରକାର । ତେବେ ଏହି ଯୋଜନା ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ସରକାର ଏହି ଯୋଜନା ଆଗକୁ ନେବାକୁ ଚିନ୍ତା କରୁଛନ୍ତି । କିଛି ଦିନ ପୂର୍ବରୁ ସରକାର ଜାଣିବାକୁ ପାଇଥିଲେ କି, କିଛି ଅଯୋଗ୍ୟ ପ୍ରାର୍ଥୀ ‘ମାଗଣା ରାସନ ଯୋଜନା’ର ଲାଭ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ ସରକାର ସମୟ ସମୟରେ ରେସନ କାର୍ଡଧାରୀଙ୍କ ସହ ଜଡିତ ନିୟମ ପରିବର୍ତ୍ତନ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ସରକାର ଅଯୋଗ୍ୟ କାର୍ଡଧାରୀଙ୍କୁ ରାସନ କାର୍ଡ ଫେରାଇବାକୁ ନିବେଦନ କରିଥିଲେ। ସେହିପରି ଯେଉଁମାନେ ରାସନ କାର୍ଡ ନଫେରାଇବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ରିପୋର୍ଟକୁ ନେଇ ୟୁପି ସରକାର ସ୍ପଷ୍ଟ କରି କହିଥିଲେ ଯେ, ସେପରି କୌଣସି ଆଦେଶ ଦିଆଯାଇନାହିଁ ।

ତେବେ ପ୍ରତ୍ୟେକ କାର୍ଡଧାରକ ରାସନ କାର୍ଡ ସହିତ ଜଡିତ ନିୟମ ବିଷୟରେ ଅବଗତ ରହିବା ଆବଶ୍ୟକ । ଯଦି ଆପଣ ଭୁଲ ଭାବେ ରାସନ କାର୍ଡ ପ୍ରାପ୍ତ କରିଛନ୍ତି ଓ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

 

Show More

Related Articles

Back to top button