Breaking PLUSଓଡ଼ିଶାମୁଖ୍ୟ ଖବର

ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

ଆସନ୍ତା ୩ତାରିଖରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି

ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ଥିଲା ହାଇକୋର୍ଟଙ୍କ ଶୁଣାଣି । ଏନେଇ ଆଜି ଶୁଣାଣିରେ ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ତଦନ୍ତ କେତେଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଛନ୍ତି କୋର୍ଟ । ଆସନ୍ତା ୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଛି ।

ସୂଚନାଯୋଗ୍ୟ, ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଦନ୍ତ ଓ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ ଗତ ଦୁଇ ଦିନ ତଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆବେଦନ କରିଥିଲେ । ଗୃହ ସଚିବ, ଡ଼ିଜିପି, ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା ।

ସିନ୍ଧିକେଲା ଆଇଆଇସିଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଥିବା ବରିଷ୍ଠ ଆଇନଜୀବୀ ତଥା ଆବେଦନକାରୀଙ୍କ ଓକିଲ ପ୍ରଦୀପ୍ତ କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲମ୍ବା ସମୟ ଧରି ତଦନ୍ତ ହେବା ଦ୍ୱାରା ମାନସିକ ଚାପରେ ପରିବାର ଲୋକେ ଥିବା କୋର୍ଟ ଦର୍ଶାଯାଇଛି ।

Show More

Related Articles

Back to top button