Breaking PLUSଓଡ଼ିଶାମୁଖ୍ୟ ଖବର

ଦାଉ ସାଧୁଛି ଦର ବୃଦ୍ଧି, ଆସନ୍ତାକାଲି ଓଡ଼ିଶା ବନ୍ଦ ।

ମହାମାରୀ ପାଇଁ ଜନଜୀବନ ଅସ୍ତବ୍ୟସ୍ତ । ରୋଜଗାର ହରାଇ ଲୋକେ ଘରେ ବସିଛନ୍ତି । ଆଉ ଏତିକି ବେଳେ ହୁ ହୁ ହୋଇ ବଢ଼ିଚାଲିଛି ଦର ଦାମ । ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି ।

ମହାମାରୀ ପାଇଁ ଜନଜୀବନ ଅସ୍ତବ୍ୟସ୍ତ । ରୋଜଗାର ହରାଇ ଲୋକେ ଘରେ ବସିଛନ୍ତି । ଆଉ ଏତିକି ବେଳେ ହୁ ହୁ ହୋଇ ବଢ଼ିଚାଲିଛି ଦର ଦାମ । ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି । ଯାହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ଖାଲି ଏତିକି ନୁହେଁ ଗ୍ୟାସ ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇଦେବା ଫଳରେ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି, ଔଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ହୋଇଛି । ଏନେଇ ଆସନ୍ତା କାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ୪ଟି ବାମ ଦଳ । ସିପିଆଇ, ସିପିଆଇ (ଏମ) ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି ।

ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଏହାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ । ଏହା ସହ ଆସନ୍ତା କାଲି ପେଟ୍ରୋଲ ଓ ଡିଜେଲ ନପାକାଇବାକୁ ଆହ୍ବାନ ଦେଇଛି କଂଗ୍ରେସ ।

Show More

Related Articles

Back to top button