Breaking PLUSଓଡ଼ିଶାମୁଖ୍ୟ ଖବର

ପୁରା କୋହଳ ହେବ ନା ଜାରି ରହିବ ଲକ୍ କଟକଣା? ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ରାଜ୍ୟରେ କରୋନା ସଂକ୍ରମଣ ଆଶାନୁରୂପେ କମିବାର ନାଁ ଧରୁନାହିଁ । ଏହାରି ଭିତରେ ଆସନ୍ତାକାଲି ସରୁଛି ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ଅବଧି । 30 ଟି ଜିଲ୍ଲାକୁ ଏ ଓ ବି କ୍ୟାଟେଗରୀ ରେ ବିଭକ୍ତ କରିଥିଲେ ରାଜ୍ୟସରକାର ।

ରାଜ୍ୟରେ କରୋନା ସଂକ୍ରମଣ ଆଶାନୁରୂପେ କମିବାର ନାଁ ଧରୁନାହିଁ । ଏହାରି ଭିତରେ ଆସନ୍ତାକାଲି ସରୁଛି ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ଅବଧି । 30 ଟି ଜିଲ୍ଲାକୁ ଏ ଓ ବି କ୍ୟାଟେଗରୀ ରେ ବିଭକ୍ତ କରିଥିଲେ ରାଜ୍ୟସରକାର । କ୍ୟାଟେଗରି ଏ ରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟେଗରି ବି ରେ ୧୦ ଟି ଜିଲ୍ଲାକୁ ରଖିଥିଲେ ରାଜ୍ୟସରକାର । ୨୦ ଜିଲାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିଥିଲେ ୧୦ ଟି ଜିଲ୍ଲା ଭିତରୁ ୫ ଟି ଜିଲ୍ଲାରେ ସଂକ୍ରମଣ ଯେଭଳି କମିବା କଥା ତାହା ହେଉନି। ଖୋର୍ଦ୍ଧା ଓ କଟକ ରେଡ୍ ଜୋନରେ ରହିଥିବା ବେଳେ ଅନ୍ୟ ୫ଟି ଜିଲାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦୦ ଉପରେ ରହିଛି । ବର୍ତ୍ତମାନ ପଜିଟିଭିଟି ହାର ୨.୯ରେ ରହିଛି । ରାଜ୍ୟରେ ସଂକ୍ରମଣ ହାର ପ୍ରାୟ ୧.୮ ପ୍ରତିଶତ କମିଛି। ତେବେ ପୂର୍ବପରି କଟକଣା ବଳବତ୍ତର ରହିବ ନା କିଛି ଟା କୋହଳ କରାଯିବ ତାକୁ ନେଇ ଆଜି ଅସିବ ଗୁରୁତ୍ୱପୂର୍ଣ୍ଣ ସୂଚନା ।

ସୂଚନା ଅନୁସାରେ ୨୦ ଜିଲ୍ଲାରେ କଟକଣା ଆଉ ଟିକିଏ କୋହଳ କରାଯିବ। ଜିଲା ଭିତରେ ଯେଉଁ ବସ୍‍ ଚଳାଚଳ କରୁଛି ତାକୁ ଜିଲାରୁ ଅନ୍ୟ ଜିଲାକୁ ସମ୍ପ୍ରସାରିତ କରାଯାଇପାରେ । ଏହାବାଦ୍‍ ତାଲାବନ୍ଦରେ ମଲ୍‌ ଓ ଅନ୍ୟାନ୍ୟ କେତେକ ଦୋକାନ ବଜାର ଯେଉଁ ବନ୍ଦ ରହିଥିଲା ତା’ ଉପରେ କୋହଳ କରାଯିବାକୁ ପ୍ରସ୍ତାବ ରହିଥିବା ବେଳେ ବି କ୍ୟାଟେଗରୀ ରେ ଥିବା ୧୦ ଜିଲାରେ କେବଳ ଦୋକାନ ବଜାର ଖୋଲିବା ଅବଧିକୁ ସନ୍ଧ୍ୟା ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରହିପାରେ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟଣା ଜାରି ରହିବ। ସିନେମା ହଲ୍‍, ଯାତ୍ରା, ଥିଏଟର ଓ ମଲ୍‌ଗୁଡିକ ଏହିସବୁ ଜିଲାରେ ପୂର୍ବପରି ତାଲାବନ୍ଦ ଭିତରେ ରହିବ ବୋଲି ଜଣାଯାଇଛି।

Show More

Related Articles

Back to top button