ଓଡ଼ିଶାସ୍ୱତନ୍ତ୍ର

ଏଣିକି ରାଜଧାନୀ ରାଜରାସ୍ତାରେ ବୁଲିପାରିବେନି ଗାଈଗୋରୁ,ଏନେଇ ବିଏମସି ପକ୍ଷରୁ କଠୋର ନିର୍ଦ୍ଦେଶନାମା ଜାରି

ଏଣିକି ରାଜଧାନୀ ରାଜରାସ୍ତାରେ ବୁଲିପାରିବେନି ଗାଈଗୋରୁ । ଏନେଇ ବିଏମସି ପକ୍ଷରୁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ଏହି ନିୟମ ଉଂଲଘନ କରାଯାଏ ,ତାହାଲେ ଗାଈଗୋରୁଙ୍କୁ କାବୁ କରି ସହର ବାହାରେ ଛଡାଯିବା ସହ ଗାଈ ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ । ଆ

ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ଖେଳାଯିବ । ତେଣୁ ଏହାକୁ ନେଇ ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ରାସ୍ତାଘାଟରେ କେମିତି ଭିଡ଼ ନ ଜମିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ବିଶ୍ୱକପ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ରାଜଧାନୀରେ ଅବସ୍ଥାନ କରିବେ । ତେଣୁ ରାସ୍ତାଘାଟରେ ଗାଈଗୋରୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

ବିଏମସି ପକ୍ଷରୁ କୁହାଯାଇଛି ଯେ, ଗାଈଗୋରୁ, ଷଣ୍ଢମାନେ ରାସ୍ତାରେ ବୁଲିବା ଯୋଗୁଁ ଦିନ ଓ ରାତିରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟୁଛି । ଲୋକଙ୍କର ଗମନାଗମନକୁ ଶୃଙ୍ଖଳିତ କରିବା ସକାଶେ ଗାଈଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବାକୁ କୁହାଯାଉଛି । ଯଦି କେହି ନିୟମ ନ ମାନି ଛାଡ଼ନ୍ତି, ତେବେ ଗାଈଗୋରୁଙ୍କୁ ଧରି ଜାମୁକୋଳି ଗୋମଙ୍ଗଳ କେନ୍ଦ୍ର, ପୁରୀର ଗୋବିନ୍ଦ ଗୋସେବା କେନ୍ଦ୍ରରେ ଛାଡ଼ି ଦିଆଯିବ

Show More

Related Articles

Back to top button