ବାଣିଜ୍ୟ

ଏବେ ସବୁ ATMରେ ହୋଇ ପାରିବ କାର୍ଡଲେସ୍ ଟ୍ରାଞ୍ଜାକ୍ସନ

ନିର୍ଦ୍ଦେଶ ଦେଇଛନ୍ତି RBI

ଖୁବ୍ ଶୀଘ୍ର ଏଟିଏମମାନଙ୍କରେ ଆପଣବି କାର୍ଡଲେସ୍ ଟ୍ରାଞ୍ଜାକ୍ସନ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସବୁ ବ୍ୟାଙ୍କ ଏଟିଏମ ଅପରେଟରଙ୍କୁ ଏ ବାବଦେ ନିର୍ଦ୍ଦେଶ ଦେଇଛନ୍ତି। ଆରବିଆଇ ଗତ ଗୁରୁବାର କାର୍ଡଲେସ୍ କ୍ୟାସ୍ ୱିଡ୍ରାଲର ସୁବିଧା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ସେବା ପାଇଁ ୟୁଜରଙ୍କୁ କୌଣସିପ୍ରକାର ଶୁଳ୍କ ମଧ୍ୟ ଦେବାକୁ ପଡିବ ନାହିଁ। ତେବେ ଏହି ସୁବିଧା ପାଇଁ ୟୁଜରଙ୍କ ୟୁପିଆଇ ଆଇଡି ଥିବା ଆବଶ୍ୟକ। ଏଥିଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ) ସବୁ ବ୍ୟାଙ୍କ ଏଟିଏମଙ୍କୁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସହ ଯୋଡିବାକୁ କହିଛନ୍ତି। ତେବେ ୟୁଜରଙ୍କ କାର୍ଡ କ୍ୟାସ୍ ୱିଡ୍ରାଲ ଲିମିଟ୍ ପୂର୍ବପରି ରହିବ।

ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଦେଶରେ ଏପରି ଟ୍ରାଞ୍ଜାକ୍ସନ ଏବେ ଆରମ୍ଭ ହୋଇସାରିଲାଣି। କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଏହି ସୁବିଧା ଉପଲବ୍ଧ କରୁଛନ୍ତି। ଏ କ୍ଷେତ୍ରରେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆଗରେ ଅଛନ୍ତି। ଏଚଡିଏଫସି ଓ ଆଇସିଆଇସିଆଇ ଭଳି ବ୍ୟାଙ୍କମାନେ ଏପରି କାର୍ଡଲେସ୍ ସୁବିଧା ଉପଲବ୍ଧ କଲେଣି। ଏବେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସେମାନଙ୍କ ଗ୍ରାହକଙ୍କୁ କାର୍ଡଲେସ୍ ସୁବିଧା ଉପଲବ୍ଧ କରିବେ। ଏଥିରେ ୟୁଜର ପାଖରେ ଏଟିଏମ କାର୍ଡ ନଥିଲେ ବି ସ୍ମାର୍ଟ ଫୋନ ମାଧ୍ୟମରେ ସେମାନଙ୍କର ନଗଦ ଆବଶ୍ୟକତା ଏଟିଏମରୁ ପୁରଣ କରିପାରିବେ।

Show More

Related Articles

Back to top button