Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟ ଉପକୂଳରେ ବଢିବ ତାତି

ଖରା କମ୍ କିନ୍ତୁ କଷ୍ଟ ଦେବ ଗୁଳୁଗୁଳି

ସୋମବାରଠୁ ଉପକୂଳ ଓଡ଼ିଶାରେ ବଢ଼ିବ ତାତି । ଅଧିକ ଖରା ନ ହେଲେ ବି ଗୁଳୁଗୁଳି ହେବ । ଦିନବେଳା ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଆଇଏମ୍‌ଡି ପକ୍ଷରୁ କୁହାଯାଇଛି, ୨୪ରେ ରାଜ୍ୟରେ ଫେୟାରଲି ୱାଇଡ୍‌ ସ୍ପ୍ରେଡ୍‌(ଅଧିକାଂଶ ସ୍ଥାନ)ରେ ବର୍ଷା ହୋଇପାରେ । ଘଡଘଡି ଓ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ତେବେ ୨୨ରୁ ୨୫ ତାରିଖ ଯାଏ ଠାଏ ଠାଏ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୨.୧ କିମି ଉଚ୍ଚତା ଯାଏ ଘୂର୍ଣ୍ଣିବଳୟ ସକ୍ରିୟ ଥିଲା । ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଚାନ୍ଦବାଲି, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, ପାରୀଦୀପରେ ବର୍ଷା ହୋଇଛି । ତେବେ ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାଳବୈଶାଖୀ ହୋଇପାରେ ।

ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ପାଗ ଥଣ୍ଡା ରହିବ । ଉପକୂଳ ଓଡ଼ିଶାରେ ଅଧିକ ଗରମ ନ ହେଲେ ବି ଗୁଳୁଗୁଳି ଅନୁଭୂତ ହେବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଛି । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବିଶେଷ କମିନି। ବୌଦ୍ଧରେ ୪୩, ଟିଟିଲାଗଡ଼ରେ ୪୧.୮, ଭବାନୀପାଟଣାରେ ୪୧ଡିଗ୍ରୀ ଓ ସୋନପୁରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Show More

Related Articles

Back to top button