Breaking PLUSଓଡ଼ିଶାପାଣିପାଗ

ବଲାଙ୍ଗୀରରେ ପ୍ରବଳ ବର୍ଷା

ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଲେ ବାସିନ୍ଦା

ଦୀର୍ଘ ଦିନ ଧରି ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ଗରମରେ ଭାଜି ହେଉଥିଲେ ବଲାଙ୍ଗୀର ଜିଲ୍ଲାବାସୀ । ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଥିଲା । ଏନେଇ ବଲାଙ୍ଗୀର ଜିଲ୍ଲାରେ ତାହା ଦେଖିବାକୁ ମିଳିଛି । ଦୀର୍ଘ ୧ ଘଣ୍ଟା ଧରି ବର୍ଷା ହେବା ସହ ପ୍ରବଳ ଘଡଘଡି ସହ ବିଜୁଳି ମାରିଛି। ତାତିରେ ଘାଣ୍ଟି ହେଉଥିବା ଜିଲ୍ଲାବାସୀଙ୍କୁ ମିଳିଛି ଅସ୍ୱସ୍ତି ।

ଜିଲ୍ଲାରେ ଚଳିତ ବର୍ଷ ମଧ୍ୟ ତାତିରେ ରେକର୍ଡ କରିଥିଲା ବଲାଙ୍ଗୀର ଜିଲ୍ଲା । କାଳବୈଶାଖୀରେ କିଛି ବର୍ଷା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାତି ବଢିବା ସହ ଗୁଳୁଗୁଳି ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଜିଲ୍ଲାବାସୀ । ତେବେ ଏବେ ବର୍ଷା କିଛିଟା ଅସ୍ୱସ୍ତି ଦେବା ସହ ତାତି ମଧ୍ୟ କମିବା ନେଇ ଆଶା କରିଛନ୍ତି ଜିଲ୍ଲାବାସୀ ।

Show More

Related Articles

Back to top button