ଓଡ଼ିଶାଶିକ୍ଷା

ଏଣିକି ଅନ୍‌ଲାଇନରେ ଉପଲବ୍ଧ ହେବ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା,ହ୍ରାସ ପାଇବ ଆପତ୍ତି ଓ ଅଭିଯୋଗ

ଏକ ଭିନ୍ନ ପ୍ରୟାସ ନେଇ ଆସିଛି ଗଣ ଶିକ୍ଷା ବିଭାଗ । ଏଣିକି ଅନ୍‌ଲାଇନରେ ଉପଲବ୍ଧ ହେବ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା। ଏହାଦ୍ୱାରା ହ୍ରାସ ପାଇବ ଆପତ୍ତି ଓ ଅଭିଯୋଗ । ତେବେ ଏଥିପାଇଁ  ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ କରୋନା ଲାଗି ଗତ ୨ବର୍ଷ ହେବ ବନ୍ଦ୍ ରହିଥିଲା । ଚଳିତ ବର୍ଷଠୁ ଏହି ବ୍ବସ୍ଥା ଲାଗୁ କରାଯିବ ।

ବର୍ତ୍ତମାନ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ଉତ୍ତରଖାତା ଅପ୍‌ଲୋଡ୍ ହେବାଦ୍ଵାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ କୌଣସି ପ୍ରକାର ଆପତ୍ତି ଅଭିଯୋଗର ସଂଖ୍ୟା ହ୍ରାସକରିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ ୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ ।

ପୂର୍ବରୁ ଏହା ପାଇଁ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କପାଇଛନ୍ତି ତାହା ସିଧାସଳଖ ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁ ଥିଲେ ସେହି ସମସ୍ୟାର ସମାଧାନ ହେବ।

 

Show More

Related Articles

Back to top button