Breaking PLUSଦେଶମୁଖ୍ୟ ଖବର

ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପିଟିସନ ଉପରେ ଇଡିକୁ ନୋଟିସ

ଜାନୁୟାରୀ 29ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, 21 ଡିସେମ୍ବର – ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ 2ଶହ କୋଟି ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିଜ ବିରୁଦ୍ଧରେ ଦାୟର ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ଦାବି କରି ଦାୟର କରିଥିବା ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଇଡିକୁ ନୋଟିସ ଜାରି କରିଛନ୍ତି । ଜାନୁୟାରୀ 29 ସୁଦ୍ଧା ଜବାବ ଦାଖଲ କରିବାକୁ ଜଷ୍ଟିସ ଜ୍ୟୋତି ସିଂହଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।
ଜ୍ୟାକଲିନ ପିଟିସନ ଦାୟର କରି କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ । ପିଟିସନରେ କୁହାଯାଇଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଆଦିତ୍ୟ ସିଂ ମଧ୍ୟ ଠକେଇ କରିଛନ୍ତି। ଜ୍ୟାକଲିନ କହିଛନ୍ତି ଯେ ତାଙ୍କୁ ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ କରିଥିଲେ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ତାଙ୍କ ସହ ସମ୍ପର୍କ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ଦାବିକୁ ଜ୍ୟାକଲିନ୍ ପ୍ରତ୍ୟାଖ୍ୟାନ କରିଛନ୍ତି।

Show More

Related Articles

Back to top button