Breaking PLUSଦେଶମୁଖ୍ୟ ଖବର

ଅହଂକାରୀ ମେଣ୍ଟକୁ ଯୋଡୁଥିବା ଫେଭିକଲ୍ ହେଉଛି ମଦ ଦୁର୍ନୀତି- ବିଜେପି

ନୂଆଦିଲ୍ଲୀ, 21 ଡିସେମ୍ବର – ଆଇଏନଡିଆଇଏ ମେଣ୍ଟକୁ ନିଶାନା ସାଧିଛି ବିଜେପି । ମେଣ୍ଟକୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ସମସ୍ତ ଦୁର୍ନୀତିଗ୍ରସ୍ତ ଜେଲ ଯିବା ଡରରେ ଏକାଠି ହୋଇଛନ୍ତି । ଗୁରୁବାର ସମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି ଯେ, ଅହଂକାରୀ ମେଣ୍ଟକୁ ଯୋଡୁଥିବା ଫେଭିକଲ୍ ହେଉଛି ମଦ ଦୁର୍ନୀତି । ଏହି ଅହଂକାରୀ ମେଣ୍ଟ ମଦ ଦୁର୍ନୀତି ଓ ସଂସଦର ଅପମାନ କରିବାରେ ଲିପ୍ତ ଅଛନ୍ତି । ନିର୍ବାଚନ ସମୟରେ ଦେଶ ଦେଖିଲା, କିଭଳି ଭାବେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘରୁ 350 କୋଟି ଟଙ୍କାରୁ ଅଧିକ ଟଙ୍କା, ସୁନା ଚାନ୍ଦି ଜବତ ହୋଇଛି । ମେଣ୍ଟରେ ସାମିଲ ହୋଇଥିବା ନିଜକୁ ସଚ୍ଚୋଟ କହୁଥିବା ଅରବିନ୍ଦ କେଜରିୱାଲ ମଧ୍ୟ ମଦ ଦୁର୍ନୀତି ମାମଲାରେ ପଚରାଉଚରାରୁ ରକ୍ଷା ପାଇଁ ଏଭଳି କରୁଛନ୍ତି

Show More

Related Articles

Back to top button