ମୁଖ୍ୟ ଖବର

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

୨୦୨୧ ପାଇଁ ନୋବେଲ କମିଟି ପକ୍ଷରୁ ଅର୍ଥନୀତି ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତି ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗିଷ୍ଟ ଓ ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ ମିିଳିବ ପୁରସ୍କାର । ଏହି ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର । ପୁରସ୍କାରର ଅଧା ପାଇବେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ । ଏହା ସହ ବାକି ଅଧା ଅନ୍ୟ ୨ ଜଣ ଯଥା- ଜୋସୁଆ ଡି. ଆଙ୍ଗିଷ୍ଟ ଓ ଗାଇଡୋ ଡବ୍ଲୁ. ଇମ୍ବେନ ପାଇବେ ।

ତେବେ ଆଙ୍ଗିଷ୍ଟ ଓ ଇମ୍ବେନ୍ସ ପ୍ରାକୃତିକ ପରୀକ୍ଷଣର ପ୍ରଭାବ ଦର୍ଶାଇଥିଲେ । ଉଭୟଙ୍କ ଉଦ୍ଭାବିତ ‘ପର୍ଯ୍ୟବେକ୍ଷଣ ଭିତ୍ତିକ ତଥ୍ୟ’ ବହୁଳ ବ୍ୟବହୃତ ହୋଇଛି । ସେହିପରି ଡେଭିଡ କାର୍ଡ ନିଯୁକ୍ତି ଉପରେ ସର୍ବନିମ୍ନ ମଜୁରିର ପ୍ରଭାବ ଦର୍ଶାଇଥିଲେ । ଶ୍ରମ ବଜାର ଉପରେ ମଜୁରି, ଆପ୍ରବାସ ଓ ଶିକ୍ଷାର ପ୍ରଭାବ ଦର୍ଶାଇଥିଲେ ।

Show More

Related Articles

Back to top button