Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଉଜ୍ଜୟିନୀ ନାବଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତର କେସ୍ ଲଢିବେନି କେହି ଓକିଲ

ଉଜ୍ଜୟନୀ- ମଧ୍ୟପ୍ରଦେଶର ଉଜ୍ଜୟିନୀରେ ନାବାଳିକା ଦୁଷ୍କର୍ମ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଅମାନବୀୟ ଦୁଷ୍କର୍ମ ଘଟଣା ପରେ କୌଣସି ଓକିଲ ଅଭିଯୁକ୍ତର କେସକୁ ଗ୍ରହଣ କରିବେ ନାହିଁ ବୋଲି ବାର୍ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାର ଆସୋସିଏସନର ଅଧ୍ୟକ୍ଷ ଅଶୋକ ଯାଦବ ଏନେଇ ସୂଚନା ଦେଇଛନ୍ତି ।

ଏଭଳି ଅଭିଯୁକ୍ତର କେସକୁ ବାର ଆସୋସିଏସନର କୌଣସି ଓକିଲ ନନେବା ସହ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଷ ପାଇଁ ବାର ଆସୋସିଏସନ ପକ୍ଷରୁ ପ୍ରୟାସ କରାଯିବ । ଆଗକୁ ମହିଳାଙ୍କ ବିରୋଧରେ ସମାଜରେ ଏଭଳି ଘଟଣା ନଘଟୁ ତେଣୁ ଏହି ବାର୍ତ୍ତା ନେଇ ସେମାନେ କାର୍ଯ୍ୟ କରିବେ ।
ଏଠାରେ ସୂଚନାଯୋଗ୍ୟ, ଉଜ୍ଜୟିନୀର ସତନାରେ ରହୁଥିବା ନାବାଳିକାକୁ ସୋମବାର ରାତିରେ ଜଣେ ଅଟୋ ଚାଳକ ଅତି ଅମାନବୀୟ ଭାବେ ଦୁଷ୍କର୍ମ କରିଥିଲେ । ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରିଥିଲା ।

Show More

Related Articles

Back to top button