Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଶ୍ରାଦ୍ଧପୂର୍ଣ୍ଣିମାରେ ତ୍ରିବେଣୀ ଘାଟରେ ପିତୃପୁରୁଷଙ୍କୁ ତର୍ପଣ

ଋଷିକେଶ- ଶ୍ରାଦ୍ଧପୂର୍ଣ୍ଣିମା ଅବସରରେ ତୀର୍ଥନଗରୀର ତ୍ରିବେଣୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବିଧିପୂର୍ବକ ପୂଜା କରି ପିତୃପୁରୁଷଙ୍କୁ ତର୍ପଣ କରିଛନ୍ତି । ଶୁକ୍ରବାର ସକାଳୁ ଶ୍ରଦ୍ଧାଳୁମାନେ ଗଙ୍ଗା ସ୍ନାନ କରିବା ପରେ ବିଧିବିଧାନର ସହ ପିତୃପୁରୁଷଙ୍କୁ ସ୍ମରଣ କରି ଜଳଦାନ କରି ତର୍ପଣ କରିଛନ୍ତି । ତର୍ପଣ ପରେ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରିବା ସହ ବ୍ରାହ୍ମଣ ଭୋଜନ କରାଇଛନ୍ତି ଶ୍ରଦ୍ଧାଳୁ ।
ଶ୍ରଦ୍ଧାପୂର୍ବକ ପିତୃପୁରୁଷଙ୍କ ନାମରେ ତର୍ପଣ କଳେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ପରମ୍ପରା ଅନୁସାରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ ପାଇଁ ତର୍ପଣ ଏବଂ ଶ୍ରାଦ୍ଧ କରାଯାଏ । ହିନ୍ଦୁ ଧର୍ମର ଲୋକେ ଏହି ପରମ୍ପରା ପାଳନ କରିଥାନ୍ତି । ତେଣୁ ଆଜି ଶ୍ରାଦ୍ଧ ପୂର୍ଣ୍ଣିମାରେ ହଜାର ହଜାର ଲୋକେ ତ୍ରିବେଣୀ ଘାଟରେ ପହଞ୍ଚି ତର୍ପଣ କରିଛନ୍ତି । ସୂର୍ଯ୍ୟୋଦୟ ସହିତ ଘାଟରେ ତର୍ପଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Show More

Related Articles

Back to top button