Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଫୋର୍ବସର ଶହେ ଶକ୍ତିଶାଳୀ ମହିଳା ତାଲିକାରେ ଲଗାତର 5ମ ଥର ସୀତାରମଣ ସାମିଲ

ନିର୍ମଳା ସୀତାରମଣଙ୍କ ସମେତ ତାଲିକାରେ ରହିଛନ୍ତି 4ଜଣ ଅନ୍ୟ ଭାରତୀୟ ବଂଶୋଦ୍ଭବ ମହିଳା

ନୂଆଦିଲ୍ଲୀ, 6 ଡିସେମ୍ବର – ଆମେରିକାର ବିଜନେସ ମ୍ୟାଗାଜିନ୍ ଫୋର୍ବସର ସବୁଠୁ ଶକ୍ତିଶାଳୀ ଶହେ ମହିଳାଙ୍କ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନିତ ହୋଇଛନ୍ତି । ଫୋର୍ବସ ତାଲିକାରେ 4ଜଣ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସାମିଲ କରାଯାଇଛି ।
ଫୋର୍ବସର ଶକ୍ତିଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 32ତମ ସ୍ଥାନରେ ଅଛନ୍ତି । ଲଗାତର 5ମ ଥର ପାଇଁ ନିର୍ମଳା ସୀତାରମଣ ଏହି ତାଲିକାରେ ନିଜ ସ୍ଥାନ ବନାଇଛନ୍ତି । ଗତବର୍ଷ ସୀତାରମଣ 36ତମ ସ୍ଥାନରେ ରହିଥିବା ବେଳେ 2021ରେ 37ତମ ସ୍ଥାନରେ ରହିଥିଲେ । ବିଶ୍ୱ ପରିବେଶରେ ମହିଳାଙ୍କ ଅବଦାନ, ମହିଳାମାନଙ୍କୁ ଶିକ୍ଷା, ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା ଏବଂ ଲିଙ୍ଗ ସମ୍ବନ୍ଧୀୟ ହିଂସା ହ୍ରାସ କରିବା ଆଧାରରେ ଏଥର ଏହି ମାନ୍ୟତା ଦିଆଯାଇଛି।

Show More

Related Articles

Back to top button