Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ହେଉଛି ନିର୍ମଳା ସୀତାରମଣଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ଯୋଗୀ ଆଦିତ୍ୟନାଥ ବି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜନ୍ମଦିନ । ଏହି ଅବସରରେ ଟ୍ୱିଟ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ମୋଦି କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ । ଭାରତୀୟ ଅର୍ଥନୀତିକୁ ନୂଆ ଶିଖରରେ ପହଞ୍ଚାଇବା ଏବଂ ଆମ ଯୁବବର୍ଗଙ୍କ ପାଇଁ ସୁଯୋଗ ସୁନିଶ୍ଚିତ କରିବା ପାଇଁ ସେ ଅସାଧାରଣ ପ୍ରୟାସ କରୁଛନ୍ତି। ଦେଶ ସେବାରେ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି ।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ସେ କହିଛନ୍ତି ଯେ, ଜଣେ ଉତ୍ତମ ବକ୍ତା, ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ନିକଟରେ ତାଙ୍କର ଦୀର୍ଘାୟୁ, ସୁସ୍ଥତା ଓ ସୁଖମୟ ଜୀବନର କାମନା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

Show More

Related Articles

Back to top button