Breaking PLUSଓଡ଼ିଶାମୁଖ୍ୟ ଖବର

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ପୂର୍ବତନ ସମିତି ଅଧ୍ୟକ୍ଷ ସସପେଣ୍ଡ

ବିବାଦରେ ମାହାଙ୍ଗା ପୋଲିସ

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ଅନର କିଲିଂ ମାମଲାକୁ ନେଇ ଘନଉଛି ବିବାଦ । ନବୀନ ପଟ୍ଟନାୟକ ତୁରନ୍ତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କୁ ନିଲମ୍ବିତ କରିଛନ୍ଥି । ଅନ୍ୟପଟେ ଅଡିଓରେ ଶରତ କହୁଥିବା ମନ୍ତ୍ରୀ କିଏ, ସେ କେଉଁ ବିଭାଗ ଦାୟିତ୍ବରେ ଅଛନ୍ତି, ତାହା ଉପରୁ ପରଦା ହଟିନାହିଁ।

ଏହି ମାମଲାକୁ ନେଇ ଯେତେ ଅଧିକ ଖୋଳତାଡ଼ ହେଉଛି, ସେତିକି ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ମାହାଙ୍ଗା ପୁଲିସର ଭୂମିକା ପୁଣି ଥରେ ବିବାଦ ଘେରକୁ ଆସିଛି। ଏଯାଏ ପୁଲିସ ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ଏତଲା ଦାୟର କରିନାହିଁ। ମୋ ସରକାର ଓ ୫-ଟି କଥା କହୁଥିବା ପୁଲିସ କାହାକୁ ସୁରକ୍ଷା ଦେବାକୁ ଯାଇ ଏତଲା ରୁଜୁ କରୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଶାସକ ଦଳ ଶରତଙ୍କୁ ତଡ଼ିଦେଲା ପରେ ବି ପୁଲିସ ତାଙ୍କୁ ଥାନାକୁ ଡାକି ଅଡିଓ ସଂପର୍କରେ ପଚରାଉଚରା କରିନାହିଁ। ଚାଞ୍ଚଲ୍ୟକର କଥା ହେଲା, ଏହି ପ୍ରସଙ୍ଗରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ୍‌ଙ୍କ ଭୂମିକା ବିବାଦ ଘେରକୁ ଆସିଛି। ଭାଇରାଲ୍ ଅଡିଓରେ ଶରତ ନିଜେ ଏସ୍‌ଡିପିଓଙ୍କ ନାମ ନେଇଛନ୍ତି। ଏବେ ଖୋଳତାଡ଼ରୁ ଜଣାପଡ଼ୁଛି ଯେ ମାହାଙ୍ଗାର ଡବଲ ମର୍ଡର ଘଟଣାରେ ବି ବିମଳଙ୍କ ଭୂମିକା ବିବାଦ ମୁକ୍ତ ନଥିଲା। ସେବେ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ବାଳ ଓରଫ୍‌ କାବୁଆର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଅପମୃତ୍ୟୁ ମାମଲା କରି ବିବାଦକୁ ଆସିଥିଲେ ବିମଳ ।

Show More

Related Articles

Back to top button