Breaking PLUSଦେଶମୁଖ୍ୟ ଖବର

ନକ୍ସଲ ସଙ୍ଗଠନକୁ ଫଣ୍ଡିଂ ଅଭିଯୋଗରେ ୟୁପିର 5ଟି ଜିଲ୍ଲାରେ ଏନଆଇଏ ରେଡ୍

ଲକ୍ଷ୍ନୌ: ନକ୍ସଲ ସଙ୍ଗଠନ ଗୁଡିକୁ ଫଣ୍ଡିଂ କରୁଥିବା ମାମଲାରେ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର 5ଟି ଜିଲ୍ଲାରେ ଏନଆଇଏ ରେଡ୍ କରିଛି । ଜାତୀୟ ତଦନ୍ତକାରୀ ଏଜେନ୍ସି ପାଞ୍ଚଟି ଜିଲ୍ଲାର 8ଟି ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି । ବନାରସ, ପ୍ରୟାଗରାଜ, ଆଜମଗଡ, ଚନ୍ଦୌଲି ଓ ଦେବରିୟା ଜିଲ୍ଲାରେ ଏନଆଇଏ ରେଡ୍ କରିଛି ।

ଅନ୍ୟପଟେ ଏହି ଚଢାଉ ସମ୍ପର୍କରେ କୌଣସି ଅଧିକାରୀ ବୟାନ ଦେଇନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏନଆଇଏ କେବଳ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛି । ପ୍ରତିବନ୍ଧକ ଜାରି କରାଯାଇଥିବା ମାଓ ସଙ୍ଗଠନ ଭାକପାକୁ ଫଣ୍ଡିଂ କରୁଥିବା ଅଭିଯୋଗରେ ଏଜେନ୍ସି ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button