ଓଡ଼ିଶାଦେଶମୁଖ୍ୟ ଖବର

ସୁକୁମାରେ ପୋଲିସ-ମାଓ ଗୁଳି ବିନିମୟ, 2 ନକ୍ସଲ ନିହତ

ସୁକୁମା/ରାୟଗୁର: ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲ୍ଲାର ତାଡମେଟଲା ଅଞ୍ଚଳରେ ଆଜି ସକାଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ 2ଜଣଙ୍କ ମୁଣ୍ଡରେ ପୁରସ୍କାର ରାଶି ଘୋଷଣା ହୋଇଥିବା ନକ୍ସଲ ନିହତ ହୋଇଛନ୍ତି ।

ଘଟଣାସ୍ଥଳରୁ ଗୋଟିଏ 12 ବୋର ଡବଲ ବ୍ୟାରେଲ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ ହୋଇଛି । ଗୁଳି ବିନିମୟରେ ସମ୍ପର୍କରେ ଏସପି କିରଣ ଚୌହ୍ୱାନ ସୂଚନା ଦେଇଛନ୍ତି ।

ସୁକୁମା ଜିଲ୍ଲାରେ ନକ୍ସଲଙ୍କ ବିରୋଧରେ ଏହା ଏକ ବଡ ସଫଳତା । ଚିନ୍ତାଗୁଫା ଥାନା ଅନ୍ତର୍ଗତ ତାଡମେଟଲା ଏବଂ ଦୁଲେଡ ଜଙ୍ଗଲରେ ଜଗରଗୁଣ୍ଡା ଏରିଆ କମିଟିର 10-12 ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ଡିଆରଜି, ଜିଲ୍ଲା ବଳ ଏବଂ ସିଆରପିଏଫ 223 ମିଳିତ ବଳ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା ।

Show More

Related Articles

Back to top button