ଓଡ଼ିଶାଶିକ୍ଷାସ୍ୱତନ୍ତ୍ର

୨୦୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନୂଆ ଛୁଟି ତାଲିକା

୨୦୨୩ ବର୍ଷ ଉଚ୍ଚଶିକ୍ଷା ବିଭାଗ ପାଇଁ ପ୍ରକାଶ ପାଇଲା ନୂଆ ଛୁଟି ତାଲିକା । ଆସନ୍ତା ନୂଆ ବର୍ଷ ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ୱୟଂଶାସିତ ଯୁକ୍ତ ୩ କଲେଜଗୁଡ଼ିକ ପାଇଁ ସଦୁଦାୟ ୭୨ଟି ଛୁଟି ରଖାଯାଇଛି । ଚଳିତ ବର୍ଷ ଗ୍ରୀଷ୍ମ ଛୁଟି ପାଇଁ ମେ’ ୬ରୁ ଜୁନ୍ ୧୯ ପର୍ଯ୍ୟନ୍ତ ୩୮ଦିନ ଧାର୍ଯ୍ୟ ରଖାଯାଇଛି ।

ଏହାବ୍ୟତୀତ ଅକ୍ଟୋବର ୨୧ରୁ ୨୮ ପର୍ଯ୍ୟନ୍ତ ପୂଜା ଛୁଟି ହେବ । ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏ ରହିଛି । ସେହିପରି କଲେଜ କର୍ତ୍ତୃପକ୍ଷ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ । ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଲାଗି ୫ଟି ଅପସ୍‌ନାଲ ଛୁଟି ଦିବସ ରହିଛି, କର୍ମଚାରୀମାନେ ଯେକୌଣସି ଦିନ ଛୁଟି ନେଇପାରିବେ ।

Show More

Related Articles

Back to top button