ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଭାରସାମ୍ୟ ହରାଇ ଟ୍ରକ୍‌ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍, ୬ ମୃତ ୨୧ ଆହାତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ସହ ଟ୍ରକ୍‌ର ଧକ୍କା ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ ସୈଫାଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବସ୍‌ଟି ଲୁଧିଆନା ଓ ରାଏବରେଲୀରୁ ୫୦ ଜଣ ଲୋକଙ୍କୁ ନେଇ ଯାଉଥିଲା। ତେବେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଅତିକ୍ରମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଭୋର ପ୍ରାୟ ୪.୩୦ରେ ଦୁର୍ଘଟଣା ଘଟିଛି। ପୁଲିସ୍‌ କହିଛି ଯେ, ଏହି ଡିଏମସି ବସ୍‌ଟି ପଛ ପଟୁ ଟ୍ରକ୍‌କୁ ଧକ୍କା ଦେଇଛି। ସମ୍ଭବତଃ ଗାଡ଼ିର ଡ୍ରାଇଭର ଶୋଇପଡ଼ିବାରୁ ଭାରସାମ୍ୟ ହରାଇ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଉଦ୍ଧାରକାରୀ ଟିମ ହସ୍ପିଟାଲ ନେଇଥିଲା। ଏବେ ଉଭୟ ବସ୍‌ ଓ ଟ୍ରକକୁ ଜବତ କରି ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ ଚାଳାଇଛି।

Show More

Related Articles

Back to top button