ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ୪୦ ଫୁଟ୍‌ ତଳକୁ ଖସିପଡିଲା ଟ୍ରକ,ଜଣେ ମୃତ ଜଣେ ଆହତ

ଭାରସାମ୍ୟ ହରାଇ ୪୦ ଫୁଟ୍‌ ତଳକୁ ଖସିପଡିଲା ଟ୍ରକ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗାଡିଆପଡ଼ା ଘାଟିରେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,ଖଜୁରୀପଡ଼ା ବ୍ଲକ ଗାଡିଆପଡ଼ା ଘାଟି ଦେଇ କ ମାଲ ବୋଝେଇ ଟ୍ରକ ଯାଉଥିଲା ବେଳେ,ଭାରସାମ୍ୟ ହରାଇ ୪୦ ଫୁଟ୍‌ ତଳକୁ ଖସିପଡିଛି । ଯାହାଫଳରେ ଗାଡିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରିଛି । ପରେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ କରୁଛି ।

 

Show More

Related Articles

Back to top button