Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୮୩ କରୋନା ସଂକ୍ରମିତ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୦-୧୮ ବର୍ଷ ମଧ୍ୟରେ ୩୦ ଜଣ ରହିଥିବା ବେଳେ ସଙ୍ଗରୋଧରୁ ୧୦୮ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।

ସମୁଦାୟ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯୯ଜଣ, କଟକରୁ ୧୩ଜଣ, ଦେବଗଡରୁ ୮ଜଣ, ଷ୍ଟେଟ ପୁଲରୁ ୨୩ଜଣ, ଜଗତସିଂହପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୬ଜଣ, ସମ୍ବଲପୁରରୁ ୭ଜଣ, ନୟାଗଡ଼ରୁ ୪ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଏହି ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୩୪୯ରେ ପହଞ୍ଚିଥିବା ବେଳେ, ଏଯାଏ ମୋଟ ୧୦ ଲକ୍ଷ ୪୩ ହଜାର ୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button