Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିନ୍ତା ବଢ଼ାଇଲା ଓମିକ୍ରନ୍, ଆଜି ଉଚ୍ଚସ୍ତରୀୟ ବୈଠକ

ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ଏହି ଭାରିଆଣ୍ଟକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଗତକାଲି ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ମଧ୍ୟାହ୍ନ ୧୨ଟା ୩୦ମିନିଟ୍ ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ ।

ତେବେ କିଭଳି ଭାବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ କୁ ମୁକାବିଲା କରିହେବ ସେନେଇ ଏହି ବୈଠକରେ ଆଲୋଚନା ହେବ । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଯୋଗଦେବେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button