Breaking PLUSଓଡ଼ିଶାମୁଖ୍ୟ ଖବର

ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୧୦ଟା ୧୫ମିନିଟରେ ନବାନ୍ନ ଭୋଗ ଲାଗି ହୋଇଛି । ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ଭୋଗ ଲାଗି କରାଯାଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୧୦ଟା ୧୫ମିନିଟରେ ନବାନ୍ନ ଭୋଗ ଲାଗି ହୋଇଛି । ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ଭୋଗ ଲାଗି କରାଯାଇଛି ।

ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ଓଡିସା । କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ପାଳିତ ହୋଇଥାଏ ଏହି ନୂଆଁଖାଇ । ପୂର୍ବ ନିର୍ଦ୍ଧାରିତ ସମୟ ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ବରୀ, ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହୋଇଛି । ଘରେ ଘରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି କରାଯିବ।

ସେପଟେ ଚାଷୀ ନିଜ ଖେତକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଖେତରୁ ଆସି ଘରେ ପୂଜା କରିବା ପରେ ଘରର ବୈଜ୍ୟଷ୍ଠ ବ୍ୟକ୍ତିଙ୍କଠାରୁ ନେଇ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି ସମସ୍ତେ ।

Show More

Related Articles

Back to top button