Breaking PLUSଓଡ଼ିଶାମୁଖ୍ୟ ଖବର

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହରାଇଥିବା ସୂଚନା ମିଳିଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଦୋଦଲପଳା ପଞ୍ଚାୟତ ଜୁଆଙ୍ଗ ସାହିର ମକୁରୁ ନାୟକ ନାମକ ଜଣେ ବୃଦ୍ଧ ଶନିବାର ସକାଳେ ଶୌଚ ହେବାକୁ ଯାଇଥିଲେ ।ଏତିକି ବେଳେ ତାଙ୍କୁ ୩ ଟିକିଆ ହାତୀପଲ ଆକ୍ରମଣ କରିଥିଲେ । ସେ ହାତୀ କବଳରୁ ବର୍ତ୍ତି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେହିପରି ହାତୀପଲ ଜୁଆଙ୍ଗ ସାହିରେ ପଶି ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ବନ ବିଭାଗ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Show More

Related Articles

Back to top button