Breaking PLUSଓଡ଼ିଶାମୁଖ୍ୟ ଖବର

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ଜଣେ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଶାସନ ହୋଟେଲ ଏନ୍‌ଏଚ୍‌ କିଙ୍ଗ୍ ସମ୍ମୁଖରେ ଘଟିଛି ବଡ଼ ଦୁର୍ଘଟଣା। ଶୁକ୍ରବାର ରାତ୍ର ପ୍ରାୟ ୧୦ଯା ୪୫ମିନିଟ୍‌ ସମୟରେ ଏହି ସଡକ ଦୁର୍ଘଟଣା ହୋଇଛି।

ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇବାବେଳେ ଜଣେ ଗୁରୁତର ଆହତ କଟକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି। OD 22P 4623 ବାଇକରେ ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ଦେବେଶ ସାହୁ (୨୧), ପିତାମ୍ବର ବିଶ୍ବାଳ (୩୫) ଓ ଚନ୍ଦ୍ରଭାନୁପୁର ଗ୍ରାମର ଦିପକ ପାତ୍ର (୨୫) ଭଦ୍ରକ ପଟୁ ଫେରୁଥିବା ବେଳେ ହୋଟେଲ ସମ୍ମୁଖରେ ଛିଡାହୋଇ ଥିବା ଟ୍ରକକୁ ପଛରୁ ପିଟିଥିଲେ। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ସ୍ଥାନୀୟ ଦମକଳ ବାହୀନି ସେମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା।

Show More

Related Articles

Back to top button