ଦେଶସ୍ୱତନ୍ତ୍ର

ନାସା ରଚିଲା ଇତିହାସ, ପୃଥୀବିକୁ ବାହ୍ୟଆକ୍ରମଣରୁ ରକ୍ଷା କରିବା ପାଇଁ ମିଶନ ସଫଳ

ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଭୋର ୪.୪୪ ମିନିଟରେ ମହାକାଶରେ ଗତିଜ ଶକ୍ତିର ପରୀକ୍ଷଣ ପାଇଁ ନାସା ପକ୍ଷରୁ  ‘ ଡବଲ ଆଷ୍ଟରଏଡ୍‌ ରି ଡାଇରେକ୍ସନ ଟେଷ୍ଟ(ଡାର୍ଟ)’ ମିଶନ ସଫଳ ପରୀକ୍ଷଣ ହୋଇଛି । ଏହି ସମୟରେ ମହାକାଶରେ ‘କାଇନେଟିକ୍‌ ଇମ୍ପାକ୍ଟର’ ପ୍ରକ୍ରିୟାରେ ଏକ ଗ୍ରହାଣୁପୁଞ୍ଜ ସହିତ ଏକ ହାଇସ୍ପିଡ୍‌ ମୋଟରକୁ ମାଡ କରାଯାଇଛି। ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।  ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଥିଲା ନାସାର ମହାକାଶଯାନ । ଧକ୍କା ହେବା ପରେ ଡିମୋରଫସ ତାର ଗତି ପରିବର୍ତ୍ତନ କରିଛି । ତେବେ ଏହି ଗ୍ରହାଣୁ କେଉଁଆଡେ ଗତି ପରିବର୍ତ୍ତନ କରିଛି, ଏହାର ତଥ୍ୟ ସଂଗ୍ରହ କରାଯାଉଛି ।

ତେବେ ଏହି ଡାର୍ଟ ମିଶନ ଲକ୍ଷ୍ୟ ହେଉଛି ଯେ, ଯଦି ପୃଥିବୀ ଉପରେ ବାହାରୁ ଆକ୍ରମଣ ହୁଏ କେମିତି ତାର ମୁକାବିଲା କରାଯାଇପାରିବ ।  ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ତରଫରୁ ଏହାର ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଛି। ଏହାକୁ କୁହାଯାଉଛି ଆନ୍ତଃଗ୍ରହ ପ୍ରତିରକ୍ଷା ବ୍ୟବସ୍ଥା । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍ ନିକଟରେ ପହଞ୍ଚିଛି ।

ନାସାର ମହାକାଶଯାନ ଡାର୍ଟ ଡିମୋରଫସ୍ର ଆକାର ଏକ ବଡ଼ ଫୁଟବଲ ପଡ଼ିଆ ପରି। ଯଦି ଏହା ସଫଳ ହୁଏ ତେବେ, ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁକୁ କିପରି ମହାକାଶରେ ଧ୍ୱଂସ କରାଯାଇ ପାରିବ ବା ତାର ଗତି ଓ ଦିଗ ବଦଳା ଯାଇ ପାରିବ, ସେ ନେଇ ଏକ ବଡ଼ ସଫଳତା ମିଳିବ ।

 

 

Show More

Related Articles

Back to top button