Breaking PLUSଓଡ଼ିଶା

ଖୋଲିଲା ନନ୍ଦନକାନନ

ଜାଣନ୍ତୁ ବୁଲିବା ପାଇଁ କଣ କଟକଣା ରହିଛି

ଦୀର୍ଘଦିନ ପରେ ଆଜିଠୁ ଖୋଲିଲା ନନ୍ଦନକାନନ । ମଜା ଉଠାଇବେ ପର୍ଯ୍ୟଟକ । କରୋନା କଟକଣାର କହୋଳ ପରେ ଖୋଲିଛି ନନ୍ଦନକାନନ । ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହିତ ଜଙ୍ଗଲରେ ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ । ସଂକ୍ରମଣ ହ୍ରାସ ପାଇଥିବାରୁ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ ।

10ବର୍ଷରୁ କମ ଓ 65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ସେପଟେ ଦୀର୍ଘ 7ମାସ ପରେ ଆଜିଠୁ ଖୋଲୁଛି ଡେରାସ ଓ ଚନ୍ଦକା ଡମପଡ଼ା ଅଭୟାରଣ୍ୟ । ସବୁଠି ଗାଇଡଲାଇନ ଅନୁସାରେ ପର୍ଯ୍ୟଟକ ବୁଲିପାରିବେ । କଟକଣାକୁ କଡାକଡି କରିବାକୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି ।

Show More

Related Articles

Back to top button