Breaking PLUSଓଡ଼ିଶାମୁଖ୍ୟ ଖବର

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ବ । ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା ।

ଅମ୍ରିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁରେ । ଅମ୍ରିତାଙ୍କ ବାପା ଅମୀୟ କୁମାର ବେହୁରା ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ଏବଂ ମାଆ ମୀତାରାଣୀ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରନ୍ତି । ସେମାନେ ନୋଏଡାରେ ରହୁଥିବା ବେଳେ ଅମ୍ରିତା ନୋଏଡା ସେକ୍ଟର-୨୭ ସ୍ଥିତ କେମ୍ବ୍ରିଜ ସ୍କୁଲରେ ପାଠ ପଢ଼ନ୍ତି ।

ଅମ୍ରିତା ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ପାଠପଢ଼ା ସହ ଅମ୍ରିତା ସମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖଛନ୍ତି । ସେ ପଢ଼ୁଥିବା ସ୍କୁଲରେ ବାୟାନ ନାମକ କ୍ଲବ୍ ଗଠନ କରିଛନ୍ତି । ଆଉ ଏହି କ୍ଲବ୍‌ର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଥାନ୍ତି । କରୋନା ମହାମାରୀ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ କରୋନା ରୋଗୀଙ୍କୁ ସାହାଯ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସଫଳତା ହାସଲ କରିଥିବା ଅମ୍ରିତା କହିଛନ୍ତି ।

Show More

Related Articles

Back to top button