Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା

ଜାଣନ୍ତୁ କେଉଁଠି ହେଲା ଚିହ୍ନଟ

ଦେଶରେ ଦ୍ବିତୀୟ ଲହର କମିଆସୁଥିବା ବେଳେ ଚିନ୍ତା ବଢାଇଛି ଜିକା ଭାଇରସ । କେରଳରେ ଜିକା ଭାଇରସ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ମହାରାଷ୍ଟ୍ରରେ କାୟା ମେଲାଉଛି ଜିକା । ପୁଣେ ଜିଲ୍ଲାରେ ଜଣେ ୫୦ବର୍ଷୀୟା ମହିଳା ଜିକା ଭାଇରସରେ ଆକ୍ରାନ୍ତ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ରସରକାର । ମହାରାଷ୍ଟ୍ରରେ ଜିକା ଭାଇରସ୍ ସଂକ୍ରମଣ ସ୍ଥିତି ସମୀକ୍ଷା ପାଇଁ ଏକ ୬ଜଣିଆ ଟିମ ପଠାଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଟିମ୍ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସହ ମିଶି ଏହାର ପ୍ରତିକାର ଦିଗରେ ବିଭିନ୍ନ ପଦକ୍ଷେପ ନେବ । କେରଳ ପରେ ଦ୍ବିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଜିକା ଭାଇରସ୍ ଚିହ୍ନଟ ହୋଇଛି ।

କେରଳରେ ଜିକା ଭାଇରସ୍ ସଂକ୍ରମିତ ୬୦ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଥିଲା । ଗତ ରବିବାର ପୁଣେ ଜିଲ୍ଲାରେ ଜିକା ଭାଇରସ୍ରେ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ମହାରାଷ୍ଟ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀ ପକ୍ଷରୁ କୁହାଯାଇଥିଲା । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ବେଳେ ତାଙ୍କ ପରିବାରର ଅନ୍ୟ କେହି ଜିକା ଭାଇରସରେ ସଂକ୍ରମିତ ହୋଇ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button