Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ଜାଣନ୍ତୁ କେତେ ପ୍ରତିଶତ ରହିଲା ମାର୍କ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । cbseresults.nic.in, cbse.gov.in. ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ଦେପାରିନଥିଲେ ଛାତ୍ରଛାତ୍ରୀ । ଏଥିପାଇ କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଛି । ମୋଟ ୨୦ ଲକ୍ଷ ୯୭ ହଜାର ୧୨୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତାଙ୍କ ମଧ୍ୟରୁ ୨୦ ଲକ୍ଷ ୭୬ ହଜାର ୯୯୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ ହାର ରହିଛି ୯୯.୪ ପ୍ରତିଶତ ରହିଛି । ପ୍ରତ୍ୟେକ ବିଷୟ ପାଇଁ ୨୦ ମାର୍କ ଲେଖାଏଁ ଏବଂ ଆଗରୁ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କ ଆଧାରରେ ୮୦ ମାର୍କର ମୂଲ୍ୟାୟନ କରାଯାଇଛି ।

ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଛି । ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ । କୋଭିଡ ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହୋଇଥିଲା ।

Show More

Related Articles

Back to top button