Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଟିମକୁ ଏକ ଧମକପୂର୍ଣ୍ଣ ଫୋନ କଲ୍ କରିଥିଲା । ଏନେଇ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜ କରି ଏହାର ତଦନ୍ତ କରିଥିଲା । ପୋଲିସ ଫୋନ୍ କଲ୍‌କୁ ଟ୍ରେସ କରି ବେଙ୍ଗାଲୁରୁରୁ ଫୋନ୍ କଲ୍ ଆସିଥିବା ଜାଣିବାକୁ ପାଇଥିଲା । ଏହାପରେ ଏକ ଟିମ୍ ବେଙ୍ଗାଲୁରୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରି ଦିଲ୍ଲୀ ଆଣିଥିଲା । ତେବେ ପଚାରଉଚରା ସମୟରେ ଅଭିଯୁକ୍ତ ଜଣକ ଧମକପୂର୍ଣ୍ଣ ଫେନା କଲ୍ କରିଥିବା ସ୍ୱୀକାର କରିଛି । ଅବସାଦ ହେତୁ ଏମିତି ଫୋନ୍‌ କଲ୍‌ କରିଦେଇଥିବା ଅଭିଯୁକ୍ତ ଜଣକ କହିବା ସହ ଫୋନ୍‌ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା କହିଛି । ଏନେଇ କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି କରିବନି ବୋଲି କହିଛି ଅଭିଯୁକ୍ତ । ଏପରିକି ପୋଲିସକୁ ଲିଖିତ ଭାବେ ଦେଇଛି ଅଭିଯୁକ୍ତ । ତେବେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଅଭିଯୁକ୍ତକୁ ଛାଡିଦେବା ପାଇଁ ଅନୁରୋଧ କରାଯିବା ପରେ ପୋଲିସ ଅଭିଯୁକ୍ତକୁ ଛାଡି ଦେଇଥିବା ଜଣାପଡିଛି ।

Show More

Related Articles

Back to top button